fbpx

ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା; ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବହୁ ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ । ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ୬ ସପ୍ତାହ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଦାରା ସିଂର ମୁକ୍ତି ଆବେଦନ ଉପରେ ଜବାବ ମାଗିଲେ କୋର୍ଟ । ୨୪ ବର୍ଷର ଜେଲ୍‌ ଜୀବନ ପରେ ମୁକ୍ତି ଆବେଦନ କରିଛି ଦାରା ସିଂ ।

ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ଜାନୁୟାରୀ ୨୨ ତାରିଖରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ଦାରା ସିଂ ଓ ତାଙ୍କ ସହଯୋଗୀମାନେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ସେତେବେଳେ ଏହି ଘଟଣା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ହତ୍ୟା ଘଟଣାରେ ଦାରା ସିଂଙ୍କ ଜଣେ ସହଯୋଗୀ ବୁଦ୍ଧଦେବ ନାୟକଙ୍କୁ ୨୧ ସେପ୍ଟେମ୍ୱର ୨୦୧୯ ରାତିରେ କୋଲ୍‌କାତାର ସି.ବି.ଆଇ. ଟିମ୍‌ ଗିରଫ କରିଥିଲା । ତେବେ ଏତେ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ଏହି ଘଟଣାକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି ।

Get real time updates directly on you device, subscribe now.