fbpx

ସାଉଦି ଆରବ ପୁଣି ବିକ୍ରି କଲା ଆରାମକୋ ସେୟାର; ପାଇଲା ଏତିକି ବିଲିୟନ ଡଲାର

ନୂଆଦିଲ୍ଲୀ: ସାଉଦି ଆରବର ଜାତୀୟ ତୈଳ କମ୍ପାନୀ ଆରାମକୋ ଅତିରିକ୍ତ ସେୟାର ବିକ୍ରି ପରେ ୧୨ ବିଲିୟନ ଡଲାର ପାଇଛି । ଏହି ଯୋଜନାକୁ ସାଉଦି ଆରବ ସରକାରଙ୍କ ପ୍ରୟାସ ଭାବରେ ଦେଖାଯାଉଛି, ଯାହା ଅଧୀନରେ ଏହା ନିଜର ଅର୍ଥନୀତିରେ ବିବିଧତା ଆଣିବାକୁ ଚାହୁଁଛି । ୨୦୧୯ରେ ଆରାମକୋର ସେୟାର ବିକ୍ରି ପାଇଁ ରଖାଯାଇଥିଲା, ଯେଉଁଥିରେ ଏହାକୁ ୨୫ ବିଲିୟନ ଡଲାର ମିଳିଥିଲା ।

ଏହି ତୈଳ କମ୍ପାନୀ ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ମଧ୍ୟରୁ ଅନ୍ୟତମ । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଏହି ଟଙ୍କା ଜରିଆରେ ସାଉଦି ଆରବ ଏବେ ଅନ୍ୟ ଶିଳ୍ପରେ ନିବେଶ କରିବ କାରଣ ଭିଜନ ୨୦୩୦ ଯୋଜନା ଅନୁଯାୟୀ ଅର୍ଥନୀତି କେବଳ ତେଲ ଉପରେ ନିର୍ଭର କରିବ ନାହିଁ। ସରକାର ଗତ ମାସରେ ୦.୬୪ ପ୍ରତିଶତ ଅଂଶଧନ ବିକ୍ରି କରିଥିଲେ, ଯାହାର ମୂଲ୍ୟ ୧.୫ ବିଲିୟନ ଡଲାର ଥିଲା । ଏହି ସେୟାରର ମୂଲ୍ୟ ୭.୨୭ ଡଲାର ଥିଲା ।

Get real time updates directly on you device, subscribe now.