Sarfira Review: ଦିଲ ଓ ଦିମାଗକୁ ଛୁଉଁଛି ‘ସରଫିରା’, ଅକ୍ଷୟ କୁମାରଙ୍କ ‘ସରଫିରା’ କରୁଛି କମାଲ…

ଓଡିଶା ଭାସ୍କର: ଯଦି କୌଣସି ସିନେମା ଦେଖି ଆପଣଙ୍କ ଆଖିରେ ଲୁହ ଆସୁଛି ତ ଏହାର ଅର୍ଥ ସିନେମାଟି ଆପଣଙ୍କ ହୃଦୟକୁ ଛୁଇଁ ପାରିଛି । ଆଉ ଯଦି ବାରମ୍ବାର ଆଖିରୁ ଲୋତକ ଝରୁଛି, ତେବେ ସିନେମାଟି ଆପଣଙ୍କ ମନରୁ ଯାଉନି । ଏହିକ୍ରମରେ ଖିଲାଡି କୁମାର ଅକ୍ଷୟ କୁମାରଙ୍କ ସିନେମା ‘ସରଫିରା’ ଏବେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ସିନେମା ହଲରେ ଦର୍ଶକ ଆଖିରେ ରୁମାଲ ଦେଉଥିବାର ମଧ୍ୟ ନଜର ଆସୁଥିଲେ । ‘ସରଫିରା’ ସିନେମାରେ ଜଣେ ସାଧାରଣ ଲୋକର ପାୱାରକୁ ପ୍ରଦର୍ଶନ କରାଯାଇ ପାରିଛି । ଯାହା ଦର୍ଶକଙ୍କୁ ବେଶ୍ ଉତ୍ସାହିତ କରୁଛି ।

ଜଣେ ସାଧାରଣ ମଣିଷ ବିମାନରେ ଉଡିବାର ସ୍ୱପ୍ନରେ ହିଁ ସିନେମାର କାହାଣୀ ରହିଛି । ସିନେମାଟି ସାଉଥ ଫିଲ୍ମ ‘ସୋରାରଇ ପୋଟରୁ’ ର ରିମେକ ଅଟେ । ଅକ୍ଷୟକୁମାରଙ୍କ ଏହି ‘ସରଫିରା’ ଗୋଟିଏ ସୁନ୍ଦର କାହାଣୀକୁ ବଖାଣୁଥିବା ଚାହାଁଣୀ (ସିନେମା) ଅଟେ । ସିନେମାରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ ଆପଣଙ୍କୁ ଦେଖିବାକୁ ମିଳିବ । ଅଭିନେତା ଅକ୍ଷୟ କୁମାର ନିଜ ପରିବାରଙ୍କ ସହ ଥିବାର ଏକ ଦୃଶ୍ୟ ଦର୍ଶକଙ୍କୁ ବିଭୋର କରୁଛି । ଜୀବନରେ ଯଦି ଆପଣଙ୍କୁ ମୋଟିଭେସନ ଦରକାର, ତେବେ ଏହି ସିନେମା ଦେଖିବା ଆବଶ୍ୟକ । ସିନେମାକୁ ନିଜ ପରିବାର ସହ ଦେଖି ପାରିବେ ବସିକି । ସିନେମାର ପ୍ରତିଟି କଳାକାରଙ୍କ ଅଭିନୟ ମଧ୍ୟ ଜୀବନ୍ତ ହୋଇଛି ।

‘ସରଫିରା’ ସିନେମାକୁ ସୁଧା କୋଙ୍ଗରା ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ସୁଟିଂ ରିୟଲ ଲୋକେସନରେ ହିଁ ହୋଇଛି । ଫଳରେ ଏହା ଆହୁରି ଜୀବନ୍ତ ଲାଗୁଛି । ତାହାସହ ଜିବି ପ୍ରକାଶଙ୍କ ସଙ୍ଗୀତ ଏହାକୁ ଆହୁରି ସୁନ୍ଦର କରି ପାରିଛି । ମନୋଜ ମୁନ୍ତାଶିର ମଧ୍ୟ ସୁନ୍ଦର ସଙ୍ଗୀତ ଲେଖିଛନ୍ତି । ୨ ଘଣ୍ଟା ୩୨ ମିନିଟର ଏହି ସିନେମାକୁ ଆଇଏମଡିବିରେ ବର୍ତ୍ତମାନସୁଦ୍ଧା ମାସରେ ଦେଖାଯାଉଥିବା ସବୁଠୁ ବେଶୀ ପସନ୍ଦର ସିନେମାର ଦର୍ଜା ମିଳିଛି ।

Get real time updates directly on you device, subscribe now.