fbpx

ରିସର୍ଚ୍ଚ ପରେ ଡାକ୍ତର ଆଶ୍ଚର୍ଯ୍ୟ! ପାରାଙ୍କ ସହ ଅଧିକ ସମୟ ବିତାଇଲେ ହେଉଛି ଫୁସଫୁସ୍ ବିମାରୀ, ପକ୍ଷୀର ପର ଓ ମଳରୁ ନିର୍ଗତ ଫଙ୍ଗସ୍ କରୁଛି ସଂକ୍ରମଣ

ନୂଆଦିଲ୍ଲୀ: କିଛି ଲୋକ ବିଭିନ୍ନ ପଶୁପକ୍ଷୀଙ୍କୁ ଭଲ ପାଇବା ସହ ସେମାନଙ୍କ ସହ ସମୟ ବିତାଇଥାନ୍ତି । ତେବେ ଆପଣମାନେ ଯଦି ପାରା ସଂସ୍ପର୍ଶରେ ଆସୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ପାରା ପାଳିବାକୁ ପସନ୍ଦ କରୁଥିବା ଲୋକମାନେ ଫୁସଫୁସ ସହ ଜଡ଼ିତ ଗମ୍ଭୀର ବିମାରୀର ଶିକାର ହୋଇପାରନ୍ତି । ଏହା ଡରାଇବା ଭଳି କଥା ନୁହେଁ, ଏହା ଏକ ସତ୍ୟ ଘଟଣା । ପ୍ରକୃତ କଥା ହେଉଛି, ନିକଟରେ ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲ କରାଯାଇଥିବା ଏକ ଗବେଷଣାକୁ ନେଇ ଏଭଳି ଦାବି କରାଯାଇଛି ।

ଉକ୍ତ ରିପୋର୍ଟ ଅନୁସାରେ, ଯଦି ଆପଣମାନେ ପାରା ସହ ଅଧିକ ସମୟ ରହୁଛନ୍ତି ତେବେ ଆପଣଙ୍କୁ ଫଙ୍ଗଲ ବେଷ୍ଟ ସଂକ୍ରମଣ ହେବାର ସମ୍ଭାବନା ବହୁଗୁଣ ବଢ଼ିଯାଇଥାଏ । ନିକଟରେ ଜଣେ ସଂକ୍ରମିତ ରୋଗୀ ମେଡିକାଲରେ ପହଞ୍ଚିଥିବା ବେଳେ ତାଙ୍କର ବୟସ ୧୧ ବର୍ଷ ଥିଲା । ଡାକ୍ତର ଶିଶୁଟିର ଯାଞ୍ଚ ଆରମ୍ଭ କରିବା ପରେ ତାହା ଏକ କମନ ଇନଫେକସନ ଲାଗୁଥିଲା । ମାତ୍ର ଆଗକୁ କିଛି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳିଥିଲା । ପିଲାଟି ପାରା ସଂସ୍ପର୍ଶରେ ଅଧିକ ସମୟ ଆସିଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା । ପାରାର ପରରୁ ଝଡ଼ୁଥିବା ଫଙ୍ଗସ ସଂସ୍ପର୍ଶରେ ଆସି ପିଲାଟି ବିମାରଗ୍ରସ୍ତ ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ହାଇପର ସେନ୍ସିଟିଭ ନ୍ୟୋମୋନିଷ୍ଟ (ଏଚପି)ର ଅଧିକାଂଶ ମାମଲା କେବଳ ବୟସ୍କଙ୍କ କ୍ଷେତ୍ରରେ ଦେଖାଯାଉଥିଲା । ମାତ୍ର ପ୍ରଥମ ଥର ପାଇଁ ଏହି ବିମାରୀ ଏକ ୧୧ ବର୍ଷୀୟ ଶିଶୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହି ଶିଶୁର ଫୁସଫୁସରେ ଏହି ସଂକ୍ରମଣ ଦେଖିବା ପରେ ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମାତ୍ର କିଛି ଦିନ ଭିତରେ ରୋଗୀର ଛାତି ଓ ଅନ୍ୟ ଅଙ୍ଗ ବିଶେଷ କରି ଫୁସଫୁସକୁ ଏହି ସଂକ୍ରମଣ ବ୍ୟାପିଯାଇଥିଲା । ପିଲାଟିର ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପାରାର ପର ଓ ମଳରୁ ବାହାରୁଥିବା ଫଙ୍ଗସ କାରଣରୁ ଏହି ସଂକ୍ରମଣ ବ୍ୟାପୁଥିବା ଡାକ୍ତର କହିଛନ୍ତି ।

ଡାକ୍ତରମାନେ ଏହି ବିମାରୀର ନାମ ଏଚପି ଦେଇଥିବା ବେଳେ ଏହା ପ୍ରଥମ ଥର ପାଇଁ କୌଣସି ଶିଶୁକୁ ସଂକ୍ରମଣ କରିଛି । ତେଣୁ ୧୧ ବର୍ଷୀୟ ଶିଶୁର ଫୁସଫୁସ ସଂକ୍ରମଣ ଜଣାପଡ଼ିବା ପରେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଶିଶୁଠାରେ ଦେଖାଯାଇଥିବା ଏହି ସବୁଠାରୁ ଦୁର୍ଲ୍ଲଭ ବିମାରୀ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଏହି ବିମାରୀରେ ପ୍ରତି ବର୍ଷ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ୪ ଜଣଙ୍କୁ ହୋଇଥାଏ ।

Get real time updates directly on you device, subscribe now.