fbpx

HELLO…..ମୁଁ ଇନ୍ଦିରାଗାନ୍ଧୀ କହୁଛି, ମତେ ୬୦ ଲକ୍ଷ ଦରକାର…..

ଓଡିଶା ଭାସ୍କର: ‘ହାଲୋ! ମୁଁ ଇନ୍ଦିରାଗାନ୍ଧୀ କହୁଛି…ମତେ ୬୦ ଲକ୍ଷ ଟଙ୍କା ଦରକାର’- ୨୪ ମଇ ୧୯୭୧ ମସିହାରେ ସକାଳୁଆ ସମୟରେ ପାର୍ଲିଆମେଣ୍ଟ ବ୍ରାଞ୍ଜ ସ୍ଥିତ ଷ୍ଟେଟ ବ୍ୟାଙ୍କ ( SBI )ରେ ଅଧିକ ଭିଡ ଥାଏ । ସୋମବାର ଦିନ SBI ବ୍ୟାଙ୍କର ଚିଫ କ୍ୟାସିୟର ବେଦପ୍ରକାଶ ମାଲହୋତ୍ରା ନିଜର କ୍ଲାଇଣ୍ଟ ସହ କଥା ହେଉ ଥାଆନ୍ତି । ହଠାତ ତାଙ୍କ ଟେବୁଲରେ ରଖାଯାଇଥିବା ୩ ଟି ଫୋନରୁ ଗୋଟିଏ ରିଙ୍ଗ ହେଲା । ନମ୍ବର ଥିଲା -୪୫୪୬୮ । ବେଦପ୍ରକାଶ ଏହି ନମ୍ବରକୁ ଦେଖିବା ମାତ୍ରେ ଜାଣି ଦେଲେ ଯେ ଏହା କୌଣସି sbi exchage ନମ୍ବର ନା ଇଣ୍ଟରକମ୍ ନମ୍ବର ବରଂ ଏହା ଡାଇରେକ୍ଟ ଲାଇନ ଅଟେ । ସେ ଫୋନ ଉଠାଇଲେ । ସେପଟୁ ଆୱାଜ ଆସିଲା…. ‘ପ୍ରଧାନମନ୍ତ୍ରୀ କେ ସେକ୍ରେଟେରୀ ଆପସେ ବାତ କରନା ଚାହତେ’… କିଛି ସେକେଣ୍ଡ ପରେ ପୁଣି ଆୱାଜ ଆସିଲା, ‘ମାଲହୋତ୍ରା ଜୀ ମୈ ପ୍ରାଇମ ମିନିଷ୍ଟର କା ସେକ୍ରେଟେରୀ ପିଏନ ହକ୍ସର ବୋଲ ରହା ହୁଁ’ ।

ପରବର୍ତ୍ତୀ ସମୟରେ ମାଲହୋତ୍ରା ଅଭିବାଦନ ସହ କଥା ହେଲେ ଓ ସେ କି ପ୍ରକାର ସାହଯ୍ୟ କରି ପାରିବେ ପଚାରିଲେ । ସେପଟେ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟେରୀ କହିଲେ ଯେ ଯଦି ବେଦପ୍ରକାଶଙ୍କ କୋଠରୀରେ ଆଉ କେହି ଅଛନ୍ତି ତାଙ୍କୁ ବାହାରକୁ ଯିବାକୁ ସେ କୁହନ୍ତୁ । ତାଙ୍କ କ୍ଲାଇଣ୍ଟ ମଧ୍ୟ ବାହାରକୁ ଗଲେ ବେଦପ୍ରକାଶ କହିବା ପରେ ।
ରଶିଦ କିଦୱର୍ଡ ଓ ପ୍ରକାଶ ପାତ୍ରଙ୍କ ଦ୍ୱାରା ଲେଖା ହୋଇଥିବା ତଥା ହାର୍ପର କାଁଲିନ୍ସରୁ ପ୍ରକାଶିତ ବହି ‘ଦ ସ୍କେମ୍ ଦେଟ ଶୁକ ଟୁ ଏ ନେଶନ’ (The Scam That Shook a Nation ) ରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ତୁରନ୍ତ ୬୦ ଲକ୍ଷ ଟଙ୍କା ଦେବା ପାଇଁ ବେଦପ୍ରକାଶ ମାଲହୋତ୍ରାଙ୍କୁ କହୁଛନ୍ତି । ବହିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ,ଏକ ସିକ୍ରେଟ ମିଶନରେ ଏହି ପଇସା ପଠାଇବାର ଅଛି ବୋଲି ଇନ୍ଦିରାଗାନ୍ଧୀ ମଧ୍ୟ କହିଛନ୍ତି । ତାଙ୍କ ପାଖକୁ ଜଣେ ଲୋକ ଯିବ ଓ ସେ ପଇସା ନେଇ ଆସିବ ବୋଲି ମଧ୍ୟ ଏଥିରେ କୁହାଯାଇଛି । ଏହା ପ୍ରଧାନମନ୍ତ୍ରୀଙ୍କ ଆଦେଶ ବୋଲି ପିଏନ ହକ୍ସର ଜଣାଇଛନ୍ତି । ତାହାସହ ଏହାବାବଦରେ ଅନ୍ୟଠାରେ ଚର୍ଚ୍ଚା ନ କରିବା ପାଇଁ ମଧ୍ୟ ବେଦପ୍ରକାଶଙ୍କୁ କୁହାଯାଇଥିଲା । ମାତ୍ର ବେଦପ୍ରକାଶ ଏହାକୁ ବିଶ୍ୱାସ ନ କରିବାରୁ ନିଜେ ଇନ୍ଦିରାଗାନ୍ଧୀ ବେଦପ୍ରକାଶଙ୍କୁ ଫୋନ କରି କଥା ହୋଇଥିଲେ ବୋଲି ଏହି ପୁସ୍ତକରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.