fbpx

ପ୍ରେମ ଆଉ କ’ଣ କି? କାଳିଆ ମୋହରେ ପଡ଼ି ଯାଇଛନ୍ତି ଦିବ୍ୟାଙ୍ଗ, ଦେଖନ୍ତୁ କିଭଳି ମନ ଭରି ଦେଖୁଛନ୍ତି ଶ୍ରୀଅଙ୍ଗକୁ

ରାୟଗଡା: (ଓଡ଼ିଶା ଭାସ୍କର) କାଳିଆ ପ୍ରେମରେ ପଡି ଯାଇଛନ୍ତି ଏହି ଦିବ୍ୟାଙ୍ଗ । କାଳିଆକୁ ଦର୍ଶନ କରିବାକୁ, କାଇଁ କେତେ ଦୂରରୁ ଧାଇଁ ଆସିଛନ୍ତି ଏହି ଦିବ୍ୟାଙ୍ଗ । ଆଉ ମନେ ମନେ ମହାପ୍ରଭୁଙ୍କୁ କେତେ କଣ ମାଗି ପକାଉଛନ୍ତି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଅଂଚଳରେ ଦେଖିବାକୁ ମିଳିଛି, ଏଭଳି ଭାବ ବିହ୍ଵଳ ଦୃଶ୍ୟ । ହେରା ପଞ୍ଚମୀ ତିଥିରେ ମାଉଁସି ମା’ ମନ୍ଦିରରେ, ଏହି ମାନସିକ ବିକଳାଙ୍ଗ ଯୁବକ କାଳିଆ ପ୍ରେମରେ, ଭାବ ବିହ୍ଵଳ ହୋଇ ପଡିଛନ୍ତି ।

ଏହି ବିକଳାଙ୍ଗ ଯୁବକ କେଉଁଠୁ ଆସିଲେ ତାହା ଜଣା ପଡ଼ୁନାହିଁ । ଏହି ଯୁବକଙ୍କ କର ପାଟି ମଧ୍ୟ ଫିଟୁ ନଥିବା ଜଣା ପଡିଛି । ସେ କଥା କହି ପାରନ୍ତି ନାହିଁ । ସେ କହିଲାକୁ ଦର୍ଶନ କରିବାକୁ କେଉଁଠୁ ଆସିଛନ୍ତି ତାହା ମଧ୍ୟ ଜଣା ପଡୁନାହିଁ । ସୂଚନା ଅନୁଯାଇ ପ୍ରାୟ ବର୍ଷେ ହେବ ଯୁବକ ଜଣକ, ଗୁଣ୍ଡିଚା ମନ୍ଦିରର ଏକ ବାରଣ୍ଡାରେ ରହି ଆସୁଛନ୍ତି । କେହି କିଛି ଦେଲେ, ସେ ପେଟ ପୁରା ଖାଇଥାନ୍ତି, ନହେଲେ ସେ ଭୋକ ଉପାସରେ ରୁହନ୍ତି ।

ତେବେ ଆମେ କହି ରଖିବାକୁ ଚାହିଁବୁ କି, ସେ ଆଗରୁ କିଛି ବି ଜାଣି ପାରୁନଥିଲେ, ମଣିଷ ମାନଙ୍କୁ ଦେଖିଲେ ଭୟ କରୁଥିଲେ । କାହା ପାଖକୁ ଆସୁନଥିଲେ । କିନ୍ତୁ ଏବେ ସେ, କାଳିଆ ପ୍ରେମରେ ପଡି ଯାଇଛନ୍ତି । ଆଉ ମନ ଭରି କାଳିଆକୁ ସେ ଦେଖୁଛନ୍ତି । ତେବେ ହଠାତ ଏହି ଯୁବକ ଜଣଙ୍କ ବଦଳି ଯାଇଛନ୍ତି । ଅଞ୍ଚଳବାସୀ ଏହାକୁ ଦେଖି ଖୁସି ହୋଇ ଯାଇଛନ୍ତି ।

Get real time updates directly on you device, subscribe now.