fbpx

(Video) ବିଜୟନୀକୁ ପୁରିଲା ୭ ମାସ, କ୍ଷୀରରେ ପାଦ ଧୋଇ କାନ୍ଦି ପକାଇଲେ ଅଧିକାରୀ

ଓଡ଼ିଶା ଭାସ୍କର: ଆଜିକୁ ଠିକ୍ ୭ ମାସ ତଳେ, ଜନ୍ମ ଦେବାର କିଛି ଘଣ୍ଟା ପରେ କୁନି ଝିଅଟିକୁ ବୋରୱେଲରେ ପିଙ୍ଗି ଦେଇଥିଲା ମା’ । ବୋରୱେଲରୁ ଉଦ୍ଧାର ହୋଇ କୁନି ଝିଅଟି ପାଇଲା ନୂଆ ଜୀବନ । ମୃତ୍ୟୁ ଉପରେ ବିଜୟ କରି ଫେରିବାରୁ ନାଁ ହେଲା ବିଜୟିନୀ । ଆଜି ହେଉଛି ବିଜୟିନୀର ଅନ୍ନପ୍ରାସନ । ସମ୍ବଲପୁର ରେଙ୍ଗାଲି ଲାରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ମୃତ୍ୟୁକୁ ଜୟ କରି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ବିଜୟିନୀକୁ ଆଜି ୭ ମାସ ପୁରିଯାଇଛି । ଶିଶୁ କେନ୍ଦ୍ରରେ ପାଳନ ହେଉଛି ବିଜୟିନୀର ଅନ୍ନପ୍ରାସନ ଉତ୍ସବ । ଏହି ଦିନରେ ବିଜୟିନୀର ସେହି ଅତୀତକୁ ମନେ ପକାଇ କାନ୍ଦି ଉଠିଛନ୍ତି ଶିଶୁ କେନ୍ଦ୍ରର ଅଧିକାରୀ ।

ଶିଶୁ କେନ୍ଦ୍ରର ଅଧିକାରୀ ବିଜୟିନୀଙ୍କୁ କୋଳରେ ଧରି ନିଜ ହାତରେ ଅର୍ଣ୍ଣ ଖୁଆଇବା ସହ କ୍ଷୀରରେ ପାଦ ଦେଇଲା ବେଳେ ବିଜୟିନୀଙ୍କୁ ଦେଖି ଅଧିକାରୀଙ୍କ ଆଖିରୁ ବୋହି ପଡିଲା ଲୁହ । ସମ୍ବଲପୁର ମାନେଶ୍ୱର ବ୍ଲକର ଛଚାନପାଲିର ରୁକ୍ମିଣୀ ଲାଠ ବାଳ ନିକେତନ ରେ ଆଜି ବେଶ୍ ଉତ୍ସାହ ର ସହ ବିଜୟିନୀର ଅନ୍ନପ୍ରାସନ୍ କାର୍ଯ୍ୟକ୍ରମ କରାଯାଉଛି । ୬ ମାସ ଯାଏଁ ତରଳ ବେବିଫୁଡ୍ ଖାଉଥିଲା ବିଜୟନୀ । କିନ୍ତୁ ଆଜିଠୁ ପ୍ରଥମ କରି ଅନ୍ନ ଛୁଇଁବ ଓ ତାପରେ ବାହୁଡ଼ାରେ ଆଜି ରଥାରୂଢ଼ ଜଗନ୍ନାଥ ଦର୍ଶନ କରିବ, ରଥ ଛୁଇଁବ । ଜନ୍ମର ମାତ୍ର କିଛି ଘଣ୍ଟା ପରେ ନିଜ ଜନ୍ମ କଲା ମାଆ ତାକୁ ପରିତ୍ୟକ୍ତ ବୋରୱେଲରେ ଫିଙ୍ଗି ଦେଇଥିଲା ହେଲେ ଏ ଶିଶୁକନ୍ୟା ମୃତ୍ୟୁ କୁ ଜୟ କରି ସୁରକ୍ଷିତ ଭାବରେ ଉଦ୍ଧାର ହୋଇପାରିଥିଲା ।

ମୃତ୍ୟୁ କୁ ଜୟ କରିଥିବାରୁ ତାର ନାଁ ବିଜୟିନୀ ଦିଆଯାଇଛି । ଆଜି ଅନାଥ ଆଶ୍ରମର ସବୁଠୁ ଛୋଟ ଗେହ୍ଲାଝିଅର ଆଜି ଅନ୍ନପ୍ରାସନ । ଆଜି ବରଗାଁର ଜଗନ୍ନାଥ ମନ୍ଦିରରୁ ତା ପାଇଁ ସ୍ୱତନ୍ତ୍ର ଅନ୍ନଭୋଗ ଅଣାଯାଇଛି । ଆଶ୍ରମର ସବୁ ସେବିକା ମାନଙ୍କ ଗେହ୍ଲା ସାଜିଛି ବିଜୟିନୀ । ଆଶ୍ରମ ଆସିବା ଦିନ ଠୁ ଆଜି ଯାଏଁ ସେ କେବେ ଦିନେ ଅସୁସ୍ଥ ହୋଇନି କି ମେଡିକାଲ ଯାଇନି ବୋଲି କୁହନ୍ତି ଆଶ୍ରମ ଅନ୍ତେବାସୀ ।

Get real time updates directly on you device, subscribe now.