fbpx

ହାଇ ହିଲ୍ ପିନ୍ଧୁଛନ୍ତି କି ? ଏହି ସହଜ ଟିପ୍ସ ଆପଣାଇ ପାଦର ଯନ୍ତ୍ରଣାକୁ କୁହନ୍ତୁ ବାଏ ବାଏ

ଓଡ଼ିଶା ଭାସ୍କର: ଅଧିକାଂଶ ମହିଳା ହାଇ ହିଲ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଏହା ଏକ ଫ୍ୟାଶନରେ ପରିବର୍ତ୍ତନ ହୋଇଯାଇଛି । ଏହା ଆପଣଙ୍କୁ ଗ୍ଲାମରସ୍ ଲୁକ୍ ଦେଇଥାଏ । ତେଣୁ ଅଧିକାଂଶ ମହିଳା ଏହକୁ ବିଶେଷ ଅବସରରେ ପିନ୍ଧିଥାନ୍ତି । କିନ୍ତୁ ଅନେକ ସମୟରେ ଏହା ଅସୁବିଧାର କାରଣ ପାଲଟିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇ ହିଲ ପିନ୍ଧିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେବେ ହାଇ ହିଲ୍ ପିନ୍ଧୁଥିଲେ କିଛି ବିଶେଷ କଥା ପ୍ରତି ଗୁରୁତ୍ୱ ଦେବା ଉଚିତ ।

୧. ସବୁବେଳେ ନିଜ ପାଦ ସାଇଜର ହିଲ୍ ପିନ୍ଧନ୍ତୁ । ଏହା ଦ୍ୱାରା ପାଦରେ ଦରଜ ହେବାର ସମ୍ବାବନା କମିଯାଏ । ଆପଣଙ୍କ ପାଦ ସାଇଜରୁ ବଡ଼ କିମ୍ବା ସାନ ହିଲ ପିନ୍ଧିଲେ ଚାଲିବାରେ ଅସୁବିଧା ହୋଇପାରେ । ବିଶେଷକରି ପାଦର କମଫର୍ଟକୁ ଗୁରୁତ୍ୱ ଦିଅନ୍ତୁ ।

୨. ଫୁଟ୍ ପ୍ୟାଡ୍ସ ବା shoe insoles ବ୍ୟବହାର କରିବା ଦ୍ୱାରା ପାଦକୁ ଆରାମ ମିଳିଥାଏ । ସାଧାରଣତଃ ଏହା ସିଲିକନ୍ କପଡ଼ାରେ ନିର୍ମିିତ ହୋଇଥାଏ ।

୩. ହାଇ ହିଲ୍ ପିନ୍ଧିବା ଅଭ୍ୟାସ ନଥିଲେ ପ୍ରାରମ୍ଭରୁ ଛୋଟ ହିଲ୍ ଟ୍ରାଏ କରନ୍ତୁ । ଘରେ ପିନ୍ଧି ଟିକେ ଚାଲିବା ଅଭ୍ୟାସ କରନ୍ତୁ । ଏହା ବ୍ୟତୀତ ବ୍ଲକ୍ ହିଲ୍ ବି ଟ୍ରାଏ କରିପାରିବେ । ଏହା ଦ୍ୱାରା ପାଦ ଉପରେ କମ୍ ପ୍ରେସର ପଡ଼ିଥାଏ ।

୪. ନୂଆ ହିଲ୍ସ ଟାଇଟ୍ ଥିଲେ ଏହାକୁ ଢ଼ିଲା କରିବା ପାଇଁ ଘରେ କିଛି ଘଣ୍ଟା ପିନ୍ଧି ଚାଲନ୍ତୁ ।

୫. ଅଧିକ ଡେରି ପର୍ଯ୍ୟନ୍ତ ହାଇ ହିଲ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ । ମଝି ମଝିରେ ପାଦକୁ ରିଲାକ୍ସ କରିବା ପାଇଁ ଏହାକୁ କାଢ଼ି ଦିଅନ୍ତୁ । ଆପଣ ଚାହିଁଲେ ଫୁଟ୍ ଏକ୍ସରସାଇଜ୍ ମଧ୍ୟ କରିପାରିବେ ।

୬. ହାଇ ହିଲ୍ ପିନ୍ଧି ପାଦରେ ଦରଜ ହେଉଥିଲେ ଲୁଣ ପାଣିରେ କିଛି ସମୟ ପାଦ ବୁଡ଼ାଇ ରଖନ୍ତୁ । ଏହା ଆପଣଙ୍କ ପାଦର ମାଂସପେଶୀକୁ ଆରାମ ଦେଇଥାଏ ।

Get real time updates directly on you device, subscribe now.