fbpx

କାହିଁକି ହେଉଛି ଆତଙ୍କବାଦୀ ଆକ୍ରମଣ? ୮୬ ଆଟାକରେ ୧୦ ଯବାନ ସହିଦ… ଥରୁଛି ଜାମ୍ମୁ

ନୂଆଦିଲ୍ଲୀ: କାଶ୍ମୀରରୁ ଆତଙ୍କବାଦୀ ପ୍ରାୟତଃ ଶେଷ ହୋଇସାରିଥିବା ବେଳେ ବର୍ତ୍ତମାନ ଜାମ୍ମୁରେ ଆକ୍ଟିଭ ହୋଇଛି । ଜାମ୍ମୁୁ ଅଞ୍ଚଳରେ ଲଗାତାର ଭାରତୀୟ ସେନା ଉପରେ ଲଗାତାର ଆତଙ୍କବାଦୀ ଆକ୍ରମଣ ହେବାରେ ଲାଗିଛି । ଗତ ଜୁଲାଇ ୧୫ ତାରିଖ ରାତିରେ ଡାଡୋ ଅଞ୍ଚଳରେ ପୁଣିଥରେ ଭାରତୀୟ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି । ଏହି ଆକ୍ରମଣରେ କ୍ୟାପ୍ଟେନ୍ ବ୍ରଜେଶ ଥାପା ଏବଂ ରାଜସ୍ଥାନର ଝୁନଝୁନ୍ ଇଲାକାର ଅଜୟ ସିଂହ ନରୁକା ଏବଂ ବିଜୟ ସିଂହ ଦୌରାତା ସହିଦ ହୋଇଛନ୍ତି ।

ଡାଡୋରୁ ପ୍ରାୟ ୫୫ କି.ମି ଦୂର ଡେସାର ଧୋରୀ ଗୋଟେ ଅଞ୍ଚଳରେ ଆତଙ୍କୀ ଗୋଷ୍ଠୀ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା । ଏହାର ଏକ ପାଖରେ ୨୦୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଘନ ଜଙ୍ଗଲ ରହିଛି । ତେବେ ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ ବଢିବା ନେଇ ଏକ ମୁଖ୍ୟ କାରଣ ହୋଇପାରେ ବୋଲି କୁହାଯାଉଛି । କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବହୁ ପରିମାଣରେ ଫୋର୍ସ ନିୟୋଜିତ ହେବାରୁ ସେଠାରେ ଆକ୍ରମଣ କରିବା କଷ୍ଟକର ହୋଇପଡ଼ିଛି । ତେଣୁ ଆକ୍ରମଣ କଲେ, ଏହାର ମାତ୍ର ୨ ଘଣ୍ଟା ଭିତରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଏନକାଉଣ୍ଟର କରିବାରେ ସଫଳ ହୋଇଛି ଭାରତୀୟ ସେନା । ଏହା ମଧ୍ୟ ଜାମ୍ମୁରେ ଆତଙ୍କୀ ଆକ୍ରମଣ ବଢିବାର ଆଉ ଏକ କାରଣ ହୋଇପାରେ ।

ଗତ ୨୦ ବର୍ଷ ସମ୍ପୂର୍ଣ୍ଣ ଶାନ୍ତ ରହିଥିଲା ଜାମ୍ମୁ । ତେଣୁ ଏଠାରେ ଫୋର୍ସ କମ୍ କରାଯାଇଛି । ତେଣୁ ଆତଙ୍କବାଦୀ ବର୍ତ୍ତମାନ ଏହାର ଫାଇଦା ଉଠାଇଛନ୍ତି । ଜାମ୍ମୁରେ ଆତଙ୍କୀ ଆକ୍ରମଣ ରେକର୍ଡକୁ ଦେଖିଲେ, ଗତ ୮୬ ଦିନ ଭିତରେ ଜାମ୍ମୁରେ ୧୦ଥର ଆତଙ୍କୀ ଆକ୍ରମଣ ହୋଇଛି । ଏଥିରେ ୧୨ ଜଣ ଭାରତୀୟ ଯବାନ ଏବଂ ୧୦ ଜଣ ସାଧାରଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତେବେ ଜବାବରେ ସେନା ୫ ଆତଙ୍କବାଦୀଙ୍କୁ ନିହତ କରିଥିବା ବେଳେ ୫ ଆକ୍ରମଣକାରୀ ଫେରାର ହୋଇ ଯାଇଛନ୍ତି । ତେଣୁ ଏବେ ଜାମ୍ମୁ ପାଇଁ ଆଉ ଏକ ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.