fbpx

ବୈତରଣୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ, ଆଖଣ୍ଡଳମଣିକୁ ପାଣି ନେବାକୁ ଆସିଥିଲେ

ଯାଯପୁର: ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଶୈବ ଭକ୍ତମାନେ ପାଣି କାନ୍ଧରେ ନେଇ ଶିବ ଲିଙ୍ଗ ଉପରେ ଜଳାଭିଶେକ କରୁଛନ୍ତି । ବିଶ୍ୱାସ ରହିଛି ଯେ, ଏହା କରିବା ଦ୍ୱାରା ଅନେକ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଏହାରି ମଧ୍ୟରେ ଏକ ଅଶୁଭ ଘଟଣା ସାମ୍ନାକୁ ଆସିଛି । ବୈତରଣୀ ନଦୀରେ ବୁଡ଼ିଯାଇ ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି । ବଲ୍ଲଭୀଘାଟରେ ପାଣି ଉଠାଇବା ବେଳେ ବୁଡ଼ିଯାଇଛନ୍ତି ଏହି କାଉଡ଼ିଆ । ଆଖଣ୍ଡଳମଣିକୁ ପାଣି ନେବା ପାଇଁ ଆସିଥିଲେ । ମିଳିଥିବା ସୂଚନାନୁଯାୟୀ, ମୃତକ ଜଣକ ଭଣ୍ଡାରିପୋଖରୀର ପ୍ରଶାନ୍ତ ସାମଲ ।

Get real time updates directly on you device, subscribe now.