fbpx

ଖୁବ୍ ଶୀଘ୍ର ଉଦ୍ଧାର ହେବେ କେରଳରେ ଫସିଥିବା ଦୁଇ ଓଡ଼ିଆ ପରିବାର, କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡ଼ିଶା ସରକାର

ଭୁବନେଶ୍ୱର: ନିକଟରେ କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହୋଇଥିଲା । ଫଳରେ ଅନେକ ନଦୀ ଜଳମଗ୍ନ ହେବାରୁ ଅନେକ ଗାଁ ନିଶ୍ଚିହ୍ନ ହୋଇଯାଇଛି । ଅନେକ ଧନ ଜୀବନ ହାନୀ ହୋଇଥିବା ବେଳେ ଏବେବି ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏଥିମଧ୍ୟରେ କେରଳରେ ଫସିଥିବା ଦୁଇ ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ ଓଡ଼ିଶା ସରକାର କଥା ହୋଇଥିବା ଜଣାପଡ଼ିଛି ।

କେରଳ ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିଶନର କଥା ହୋଇଛନ୍ତି । ଓଡ଼ିଶାର ୨ ପରିବାର ସେଠାରେ ଫସି ରହିଛନ୍ତି । ଉଭୟ ଡାକ୍ତରଙ୍କ ଏପର୍ଯ୍ୟନ୍ତ କିଛି ଖୋଜଖବର ମିଳିପାରିନଥିବା ବେଳେ ତାଙ୍କ ପତ୍ନୀମାନେ ଚିକିତ୍ସିତ ହେଉଛନ୍ତି । ଏନେଇ ଓଡ଼ିଶା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘ ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି । ବାୟୁ ସେନା ଏବଂ ଏନଡିଆରଏଫ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ । ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି । ଡାକ୍ତରଙ୍କ ପରିବାର ସହ ଓଡ଼ିଶା ସରକାର ଅଛନ୍ତି । ଆମେ ତାଙ୍କୁ ନିୟମିତ ଅପଡେଟ କରୁଛୁ । ଆଶା କରୁଛି ମହାପ୍ରଭୁଙ୍କ କୃପାରୁ ଉଭୟ ଡାକ୍ତର ଖୁବ ଶୀଘ୍ର ଉଦ୍ଧାର ହେବେ ।’

 

Get real time updates directly on you device, subscribe now.