fbpx

ଦେଶରେ ପ୍ରଥମ Mobile Calling କରିଥିଲେ ଏହି ବ୍ୟକ୍ତି… Nokia ଥିଲା ପ୍ରଥମ ଫୋନ୍

ଓଡ଼ିଶା ଭାସ୍କର: ଆଜି ଜୁଲାଇ ୩୧ ତାରିଖ, ଭାରତ ପାଇଁ ଏକ ଖାସ୍ ଦିନ । କାରଣ ବିକାଶର ଆଉ ଏକ ନୂଆ ଅଧ୍ୟାୟ ମଧ୍ୟ ସାମିଲ ହୋଇଥିଲା । ଗୋଟିଏ ଜାଗାରେ ରହି ଅନ୍ୟ ଏକ ସ୍ଥାନରେ ଥିବା ସାଙ୍ଗ-ସାଥୀଙ୍କ ସହ ମୋବାଇଲ ଫୋନ୍ ଯୋଗେ କଥା ହୋଇପାରିବେ । ଆଜିକୁ ଠିକ୍ ୨୯ ବର୍ଷ ପୂର୍ବେ, ଆଜିର ଦିନରେ ଭାରତରେ ମୋବାଇଲ ପୋନ କଲଊିଂ ଆରମ୍ଭ ହୋଇଥିଲା । ଆଜି ବନ୍ଧୁ ଏବଂ ପରିବାର ତଥା ସାଙ୍ଗସାଥୀଙ୍କ ମଧ୍ୟରେ ଥିବା ଦୂରତାକୁ କମ୍ କରିବାରେ ସଫଳ ହୋଇଛି ମୋବାଇଲ । ତେବେ କ’ଣ ରହିଛି ପ୍ରଥମ ମୋବାଇଲ କଲିଂର ଇତିହାସ? ଆସନ୍ତୁ ଜାଣିବା…

ବର୍ତ୍ତମାନ ସମୟରେ ପିଲାଠୁ ବୁଢା ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ରହିଛି । ଇଚ୍ଛା ଅନୁସାରେ, ନିଜ ସାଙ୍ଗ-ସାଥୀ ପ୍ରିୟ ପରିଜନ ସମସ୍ତଙ୍କ ସହ କଥା ହେବା ଆଜି ଖୁବ ସହଜ ହୋଇଯାଇଛି । କିନ୍ତୁ ଆଜିକୁ ଠିକ୍ ୨୯ ବର୍ଷ ତଳେ ଏହି ଟେକ୍ନୋଲୋଜି ଆରମ୍ଭ ହୋଇଥିଲା । ୧୯୯୫ ମସିହା ଜୁଲାଇ ୩୧ ତାରିଖରେ ଆରମ୍ଭ ହୋଇଥିଲା ମୋବାଇଲ କଲିଂ ସୁବିଧା । ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଭାରତର ପ୍ରଥମ ବ୍ୟକ୍ତି ଭାବରେ ମୋବାଇଲ କଲ୍ କରିଥିଲେ । ୟୁନିଅନ୍ କମ୍ୟୁନିକେସନ୍ ମିନିଷ୍ଟର ସୁଖରାମଙ୍କୁ ପ୍ରଥମ କଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ । ଏକ ନୋକିଆ ଫୋନରୁ ଦେଶର ପ୍ରଥମ ମୋବାଇଲ କଲ୍ କରାଯାଇଥିଲା । ଆଜି ଏହି ମୋବାଇଲ୍ କଲ୍ କୁ ୨୯ ବର୍ଷ ପୂରଣ ହୋଇଛି ।

ଗକ୍ଟୟସ ଞରକ୍ଷଗ୍ଦଗ୍ଧକ୍ସବ ମୋବାଇଲ୍ ନେଟରୁ ଏହି କଲ୍ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ । ଦେଶର ୨ ପ୍ରମୁଖ ସହର କୋଲକାତା ଏବଂ ନୂଆଦିଲ୍ଲୀ ମଧ୍ୟରେ ଏହି ଭଏସ୍ କଲ୍ ହୋଇଥିଲା । ସେ ସମୟରେ କଲିଂ ଚାର୍ଜ ଖୁବ ଅଧିକ ରହିଥିଲା । କଲ୍ କରିବା ପାଇଁ ପ୍ରତି ମିନିଟ ପାଇଁ ୮.୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ତେଣୁ ଇନ୍ କମିଙ୍ଗ ଏବଂ ଆଉଟଗୋଇଙ୍ଗ ଉଭୟ ପାଇଁ ଟଙ୍କା ଚାର୍ଜ ହେଉଥିଲା । ତେବେ ବର୍ତ୍ତମାନ ଏହି ଟ୍ରେଣ୍ଡ ବଦଳିସାରିଛି । ୨୦୧୬ ମସିହାରେ ଜିଓ ଆସିବା ପରେ ଅନଲିମିଟେଡ୍ କଲିଂ ସୁବିଧା ସହ ଡାଟା ଏବଂ ଏସଏମଏସ ପ୍ରଦାନ କରିବାକୁ ପ୍ରାଧାନ୍ୟ ଦିଆଯାଉଛି ।

Get real time updates directly on you device, subscribe now.