fbpx

ପିଲା ଉପରେ ଜେଜେ-ଜେଜେମା’ଙ୍କର ଅଧିକାର ପିତାମାତାଙ୍କଠାରୁ କମ୍ ନୁହେଁ, ମା’ ପ୍ରତିଦିନ ଭିଡିଓ କଲରେ ପିଲାଙ୍କ ସହ କରାଇବେ କଥା : ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ନିଜର ଏକ ଆଦେଶରେ କହିଛନ୍ତି ଯେ, ପିତାମାତା କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ପରି ନାତି କିମ୍ବା ନାତୁଣୀଙ୍କ ଉପରେ ଜେଜେବାପାଙ୍କର ସମାନ ଅଧିକାର ରହିଛି । ଭିଡିଓ କଲରେ ଜଣେ ମହିଳା ତାଙ୍କ ଚାରି ବର୍ଷର ଝିଅକୁ ଜେଜେ-ଜେଜେ ମା’ଙ୍କ ସହ କଥା ହେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ।

ଜଷ୍ଟିସ ପ୍ରତୀଭା ଏମ ସିଂ ଏବଂ ଜଷ୍ଟିସ ଅମିତ ଶର୍ମାଙ୍କ ବେଞ୍ଚ ଝିଅର ମା’ଙ୍କୁ ଝିଅର ଡକ୍ୟୁମେଣ୍ଟରୁ ପିତାଙ୍କ ନାମ ନହଟାଇବାକୁ କହିଛନ୍ତି । ଅବଶ୍ୟ ପିଲାଟି ତାଙ୍କ ସହିତ ଅଛି, କିନ୍ତୁ ତାଙ୍କର ନାଗରିକତା ଭାରତୀୟ ରହିବା ଉଚିତ୍, କାରଣ ପିତା ଏଠାରେ ନାଗରିକ । ପିତାଙ୍କ ସପକ୍ଷରେ ରାୟ ଦେଇଥିବାବେଳେ ବେଞ୍ଚ କହିଛନ୍ତି ଯେ, ସେ ତାଙ୍କ ଝିିଅକୁ ଭେଟିବା ପାଇଁ ଜର୍ମାନୀ ଯାଇପାରିବେ । ଆହୁରି ମଧ୍ୟ, ପ୍ରତିଦିନ ଭିଡିଓ କଲରେ ଜେଜେ-ଜେଜେ ମା’ଙ୍କ ସହିତ ପିଲାର କଥା କରାଇବେ । ଯେତେବେଳେ ବି ମହିଳା ନିଜ ଝିିଅ ସହିତ ଭାରତ ଆସିବେ, ସେତେବେଳେ ସେ ତାଙ୍କ ପିତା ଏବଂ ଜେଜେ-ଜେଜେ ମା’ଙ୍କ ସହିତ ସମୟ ବିତାଇବେ ।

ଏହା ହେଉଛି ମାମଲା :-
ମାମଲାରେ ମହିଳା ଜଣକ ନିଜର ଚାରି ବର୍ଷର ଝିଅ ସହିତ ଜର୍ମାନୀ ଯାଇଥିଲେ । ଝିଅକୁ ଆଣିବା ପାଇଁ ବାପା ଆବେଦନ କରିଥିଲେ । ବେଞ୍ଚ ନିଷ୍ପତ୍ତି ନେଇଛି କି, ଝିଅଟି ବହୁତ ଛୋଟ । ଏପରି ପରିସ୍ଥିତିରେ ତାଙ୍କୁ ତାଙ୍କ ମା ସହିତ ରହିବାକୁ ଅନୁମତି ଦିଆଯିବା ଉଚିତ୍ । କିନ୍ତୁ ପିଲାଟିକୁ ତାଙ୍କ ପିତା କିମ୍ବା ଜେଜେ ଜେଜେ ମା’ଙ୍କଠାରୁ ନ ଦୂରେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି, “ଜେଜେ ଜେଜେମା’ମାନେ ନିଜ ପିଲାମାନଙ୍କ ଅପେକ୍ଷା ନାତି ନାତୁଣୀଙ୍କୁ ଅଧିକ ସ୍ନେହ କରନ୍ତି । ଯେପରି ପିତାମାତା ସେମାନଙ୍କ ପିଲାମାନଙ୍କଠାରୁ ଦୂରତାକୁ ସହ୍ୟ କରିପାରନ୍ତି ନାହିଁ, ସେହିପରି ଜେଜେ ଜେଜେ ମା’ ମଧ୍ୟ ସମାନ ଅନୁଭବ କରନ୍ତି, ତେଣୁ ସେମାନଙ୍କର ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ ।

Get real time updates directly on you device, subscribe now.