fbpx

ଆପଣଙ୍କ କାରରେ ପୁରୁଣା FashTag ଲାଗିଛି କି? ହୋଇଯାଆନ୍ତୁ ସତର୍କ, ବଦଳିଗଲା ଏହି ୭ଟି ନିୟମ

ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଫାଷ୍ଟାଗ ଅତ୍ୟନ୍ତ ଆବଶ୍ୟକ ହୋଇଯାଇଛି । ଏହା ମାତ୍ର ଟୋଲ ପ୍ଲାଜା ଉପରେ ସମୟ ସହ ଟଙ୍କାକୁ ମଧ୍ୟ ସଞ୍ଚୟ କରିଥାଏ । ଯଦି ଆପଣ କାରରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଫାଷ୍ଟାଗ ବିଷୟରେ ଭଲଭାବେ ଜାଣିବା ଆବଶ୍ୟକ । ଫାଷ୍ଟାଗ ସହ ଜଡିତ ଅନେକ ନିୟମ ଏହି ମାସରେ ବଦଳିଯାଇଛି ।

ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଅର୍ଥାତ ଏନପିସିଆଇ ଫାଷ୍ଟାଗ ସହ ଜଡିତ ନିୟମରେ ପରିବର୍ତ୍ତନ କରିଛି । ଏନପିସିଆଇ କହିବାନୁଯାୟୀ, ଫାଷ୍ଟାଗର ନୂଆ ନିୟମ ଟୋଲ ବୁଥରେ ଟୋଲ ପେମେଣ୍ଟର ପ୍ରକ୍ରିୟାକୁ ସହଜ ଏବଂ ଗାଡ଼ିର ଭିଡକୁ କମ କରିବା ପାଇଁ ହୋଇଛି । ଫାଷ୍ଟାଗ ପରିବର୍ତ୍ତନ ନିୟମରେ ନୂଆ ଏବଂ ପୁରୁଣା ଗ୍ରାହକ ଦୁହେଁ ପ୍ରଭାବିତ ହେବାକୁ ଯାଉଛି । ଏହି ପରିବର୍ତ୍ତନ ୧ ଅଗଷ୍ଟ ୨୦୨୪ ଲାଗୁ ହୋଇସାରିଛି । ଆସନ୍ତୁ ଜାଣିବା ଅଗଷ୍ଟ ଅର୍ଥାତ ଚଳିତ ମାସରେ ଫାଷ୍ଟାଗ ସହ ଜଡିତ ନିୟମରେ ପରିବର୍ତ୍ତନ ହୋଇଛି ।

ପରିବର୍ତ୍ତନ ହୋଇଛି ଏହି ୭ ନିୟମ:
-ଯଦି ଆପଣଙ୍କ ଫାଷ୍ଟାଗ ୫ ବର୍ଷରୁ ଅଧିକ ପୁରୁଣା ତେବେ ଆପଣଙ୍କୁ ତାହା ରିପ୍ଲେସ କରିବାକୁ ପଡିବ ।
-ଯଦି ଆପଣଙ୍କ ଫାଷ୍ଟାଗ ୩ ବର୍ଷରୁ ଅଧିକ ପୁରୁଣା ହୋଇଯାଇଛି ତେବେ ଆପଣଙ୍କୁ କେୱାଇସିର ଅପଡେଟ କରିବାକୁ ପଡିବ ।
-ପ୍ରତି ୟୁଜର୍ସଙ୍କ ପାଇଁ ବର୍ତ୍ତମାନ କାରର ରେଜିଷ୍ଟ୍ରେସନ ନମ୍ବର ଏବଂ ଚେଚିସ ନମ୍ବରକୁ ଫାଷ୍ଟାଗ ସହ ଲିଙ୍କ କରିବାକୁ ବାଧ୍ୟ ।
-ନୂଆ କାର କିଣିବା ଉପରେ ୟୁଜରଙ୍କୁ ୯୦ ଦିନ ଭିତରେ ଫାଷ୍ଟାଗରେ ରେଜିଷ୍ଟ୍ରେସନ ନମ୍ବର ଅପଡେଟ କରିବାକୁ ପଡିବ ।
-ସମସ୍ତ ଫାଷ୍ଟାଗ ପ୍ରୋଭାଇଡର୍ସ ଅର୍ଥାତ ଫାଷ୍ଟଟ୍ୟାଗ ଦେଉଥିବା ବ୍ୟାଙ୍କ ବା କମ୍ପାନୀଗୁଡିକୁ ନିଜ ଡାଟାବେସକୁ ଭେରିଫାଏ କରିବାକୁ ପଡିବ ।
-ଫାଷ୍ଟାଗ ସହ କାରର ଆଗରେ ଏବଂ ପଛରେ ସ୍ପଷ୍ଟ ଫଟୋ ଅପଲୋଡ କରିବା ଆବଶ୍ୟକ ଅଟେ ।
-ଫାଷ୍ଟାଗର କୌଣସି ଏକ ମୋବାଇଲ ନମ୍ବର ସହ ଲିଙ୍କ ହେବା ଆବଶ୍ୟକ ।

Get real time updates directly on you device, subscribe now.