fbpx

ବାସ୍ତୁଶାସ୍ତ୍ରରେ ଉତ୍ତର ଦିଗକୁ ସବୁଠୁ ଶୁଭ ବୋଲି କାହିଁକି କୁହାଯାଏ ? ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରତି ଦିଗର କିଛି ନା କିଛି ନିଜସ୍ବ ମହତ୍ତ୍ୱ ରହିଛି। ବିଶେଷକରି ଉତ୍ତର ଦିଗକୁ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ; କାରଣ ଏହି ଦିଗରେ ଧନର ଦେବତା କୁବେର ବାସ କରିଥାନ୍ତି। ତେଣୁ ଏହି ଦିଗରେ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…

* ଉତ୍ତର ଦିଗର ପ୍ରଭୁ କୁହାଯାଉଥିବା କୁବେରଙ୍କର ଫଟୋ ହେଉ ଅଥବା ପ୍ରତୀମାକୁ ଏହି ଦିଗରେ ରଖିବା ଅନେକ ଶୁଭଫଳ ଦେଇଥାଏ। ତା’ସହିତ ବାସ୍ତୁ ଦୋଷକୁ ମଧ୍ୟ ଏହା ଆପେ ଆପେ ଠିକ୍‌ କରିଦିଏ।

* ତୁଳସୀ ଗଛର ଧାର୍ମିକ ମହତ୍ତ୍ୱ ଯଥେଷ୍ଟ ଥିବାରୁ ଏହାକୁ ଉତ୍ତର ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି କୁହାଯାଏ।

* ମନିପ୍ଲାଣ୍ଟର ବି ବାସ୍ତୁ ମହତ୍ତ୍ୱ ଖୁବ୍‌ ରହିଛି। ଯଦି ଏହି ଗଛକୁ ଘରର ଉତ୍ତର ଦିଗରେ ଲଗାଯାଏ; ତା’ହେଲେ ଆର୍ଥିକ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଉତ୍ତର ଦିଗରେ ଦର୍ପଣ ଲଗାଇବା ବାସ୍ତୁ ଅନୁଯାୟୀ ଶୁଭ ହୋଇଥାଏ। କାରଣ ଏହା ଘର ମଧ୍ୟକୁ କୌଣସି ନକାରାତ୍ମକ ଊର୍ଜା ପ୍ରବେଶ କରିବାକୁ ଦିଏ ନାହିଁ।

* ଆବଶ୍ୟକ ପଡ଼ିଲେ ଏହି ଦିଗରେ ରୋଷେଇ ଘର କରି ବି ଘରକୁ ବାସ୍ତୁ ଦୋଷ ମୁକ୍ତ କରିହେବ। ଯଦ୍ଦ୍ବାରା ଘରେ କେବେ ବି ଅନ୍ନର ଅଭାବ ଦେଖାଯିବ ନାହିଁ।

* ଘରର ମୁଖ୍ୟଦ୍ୱାର ବି ଉତ୍ତର ଦିଗରେ ରହିବା ଶୁଭଫଳ ପ୍ରଦାନ କରିଥାଏ।

Get real time updates directly on you device, subscribe now.