fbpx

Video; ତାଜମହଲରେ ଗଙ୍ଗାଜଳ ଢ଼ାଳି ଗିରଫ ହେଲେ ୨ ଯୁବକ, ‘ତେଜୋମହାଳୟା’କୁ ଶିବ ମନ୍ଦିର ବୋଲି କରୁଥିଲେ ଦାବି

ନୂଆଦିଲ୍ଲୀ: ତାଜମହଲ ବିଷୟରେ ଅନେକ ସମୟରେ ଦାବି କରାଯାଏ ଯେ ଏହା ମୁମତାଜଙ୍କ ସମାଧି ନୁହେଁ, ବରଂ ଏକ ଶିବ ମନ୍ଦିର, ଯାହାକୁ ଶାହାଜାହାଁ ତାଜମହଲ ନିର୍ମାଣ ପାଇଁ ଭାଙ୍ଗି ଦେଇଥିଲେ। ଯଦିଓ ଏହି ଦାବିକୁ ପ୍ରମାଣିତ କରିବା ପାଇଁ ସେଭଳି କୌଣସି ପ୍ରମାଣ ମିଳିନାହିଁ, କିନ୍ତୁ ଶନିବାର ତାଜମହଲ ଭିତରେ କିଛି ଘଟିଥିଲା, ଯାହା ପରେ ଆଗ୍ରାରେ ହଇଚଇ ସୃଷ୍ଟି ହୋଇଥିଲା।

ଶ୍ରାବଣ ମାସ ଅବସରରେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ବିଶ୍ୱ ଐତିହ୍ୟ ତାଜମହଲରେ ନେଇ ଗଙ୍ଗା ଜଳ ଅର୍ପଣ କରିବା ଅଭିଯୋଗରେ ଏକ ଦକ୍ଷିଣପନ୍ଥୀ ସଂଗଠନର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ଦାବି କରିଛନ୍ତି ଯେ ସେମାନେ ତାଜମହଲର ‘ତେଜୋ ମହାଳୟା’କୁ ଶିବ ମନ୍ଦିର ବୋଲି ବିଶ୍ୱାସ କରି ପ୍ଲାଷ୍ଟିକ୍ ବୋତଲରେ ପବିତ୍ର ଗଙ୍ଗା ଜଳ ଅର୍ପଣ କରିଥିଲେ।

 

Get real time updates directly on you device, subscribe now.