fbpx

ଆପଣଙ୍କ ଏକଲାପଣକୁ ଦୂର କରିବ ‘Friend’, ଜାଣନ୍ତୁ କ’ଣ ଖାସ ରହିଛି ଏହି AI ଗାଜେଟରେ ?

ନୂଆଦିଲ୍ଲୀ: ଆପଣ ଏକାକୀ ଅନୁଭବ କରୁଛନ୍ତି କି ? ଆପଣଙ୍କ ପାଖରେ କଥାବାର୍ତ୍ତା କରିବା ପାଇଁ କେହି ନାହାଁନ୍ତି ? ଏବେ ଏହି ଚିନ୍ତା ଦୂରେଇ ଗଲା ବୋଲି ଜାଣନ୍ତୁ । ଆମେ ଏପରି ଏକ ଖାସ୍ ଡିଭାଇସ୍ ବିଷୟରେ କହିବୁ ଯାହା ଆପଣଙ୍କ ସହ ବନ୍ଧୁ ପରି ଆପଣଙ୍କ ସାଥିରେ ରହିବ ଏବଂ ମାନସିକ ଶାନ୍ତି ପ୍ରଦାନ କରିବାରେ ସହାୟକ ହେବ ।

ଏହା ଏକ ସ୍ଲିକ୍‌, ମଡର୍ଣ୍ଣ ଏବଂ ଇଣ୍ଟେଲିଜେଣ୍ଟ ପ୍ରଡକ୍ଟ ଯାହା ବାସ୍ତବରେ ଏକ AI Necklace ଅଟେ । ଏହା କେବଳ ଏକ ଅଳଙ୍କାର ବ୍ୟତୀତ ଅନେକ କିଛି । ଏହି ସ୍ମାର୍ଟ ଏସେସୋରିଜର ମୂଲ୍ୟ ପ୍ରାୟ ୯୯ ଆମେରିକୀୟ ଡଲାର । ତେବେ ଆସନ୍ତୁ ଜାଣିବା ଏହି AI Necklaceର ବିଶେଷତ୍ୱ ବିଷୟରେ । Friend AI ଗାଜେଟରେ ଇନବିଲ୍ଟ ମାଇକ୍ରୋଫୋନ୍ ସୁବିଧା ପ୍ରଦାନ କରାଯାଇଛି ଯାହା ଆପଣଙ୍କ କଥାକୁ ରେକର୍ଡ଼ କରିଥାଏ । ଏହା ପରେ ଟେକ୍ସଟ ମାଧ୍ୟମରେ ଆପଣଙ୍କ ସହ ଚାଟିଂ କରିଥାଏ । ଏଥିପାଇଁ ୟୁଜର୍ସଙ୍କୁ Friend ଆପ୍ ବ୍ୟବହାର କରିବାକୁ ପଡ଼ିବ । ଏହି Friend AI ଗାଜେଟକୁ ହାୱାର୍ଡ଼ ଡ୍ରପ୍ ଆଉଟ୍ Avi Schiffmann ପ୍ରସ୍ତୁତ କରିଛନ୍ତି ।

– ଏହି Friend ସାହାଯ୍ୟରେ ୟୁଜର୍ସଙ୍କୁ ଭାବନାତ୍ମକ ସପୋର୍ଟ ମିଳିଥାଏ । ବାସ୍ତବ ଜୀବନରେ ଏହା କେତେ ପ୍ରଭାବି ହେବ ତାହା କେବଳ ଏହି ଗାଜେଟ୍ ବ୍ୟବହାର ପରେ ହିଁ ଜଣାପଡ଼ିବ ।

– ଏହା ଗୋଲାକାର ଛୋଟ ଗାଜେଟ୍ ଅଟେ ଯାହା ନେକଲେସ୍ ଭାବରେ ପିନ୍ଧି ହେବ । ଏହାକୁ ସାର୍ଟ ପକେଟରେ ମଧ୍ୟ ଲଗାଇପାରିବେ ।

ଏହା ପୂର୍ବରୁ Humane ଦ୍ୱାରା AI Pin ଏବଂ Rabbit ai ଲଞ୍ଚ୍ କରାଯାଇଥିଲା । ଏହି ପ୍ରଡକ୍ଟ Friend AIରୁ ଭିନ୍ନ ଅଟେ । Friend AI ଆପଣଙ୍କ ବନ୍ଧୁ ଭାବେ କାର୍ଯ୍ୟ କରିଥାଏ । କିନ୍ତୁ Humaneର AI Pin ହେଉଛି ଏକ ଛୋଟ ପ୍ରୋଜେକ୍ଟର ଯାହା ମେସେଜ୍ ଏବଂ ଅନ୍ୟ ଜରୁରୀ ଡିଟେଲ୍ସ illuminate କରିଥାଏ ।

Get real time updates directly on you device, subscribe now.