fbpx

ବାଂଲାଦେଶ ବିରୋଧ ପ୍ରଦର୍ଶନ: ୧୦୦ ଲୋକଙ୍କ ମୃତ୍ୟୁକୁ ଦେଖି ଭାରତ ଜାରି କଲା ନିର୍ଦ୍ଦେଶନାମା, ପ୍ରଧାମନମନ୍ତ୍ରୀ ହସିନାଙ୍କ ଇସ୍ତଫା ଦାବି କଲେ ଛାତ୍ରଛାତ୍ରୀ

ଓଡିଶା ଭାସ୍କର: ବାଂଲାଦେଶରେ କୋଟା ବା ଆରକ୍ଷଣକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିରୋଧ ପ୍ରଦର୍ଶନ ଭୟଙ୍କର ରୂପ ନେବାରେ ଲାଗିଛି । ବିଦ୍ରୋହରେ ପ୍ରାୟ ୧୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ନାଗରିକମାନଙ୍କୁ ବାଂଲାଦେଶ ଯାତ୍ରା ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି । କାରଣ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫାକୁ ନେଇ ପୁଣି ଥରେ ବିଦ୍ରୋହ ତେଜିବାରେ ଲାଗିଛି ।

ବାଂଲାଦେଶରେ ଉଚ୍ଚନ୍ୟାୟାଳୟ ସେଠାକାର ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କୁ ସରକାରୀ ଚାକିରୀରେ ପ୍ରାୟ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବାର ଫଇସଲା ଶୁଣାଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆଦେଶକୁ ପ୍ରତ୍ୟାବର୍ତ୍ତନ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦ୍ରୋହ ଦେଖିବାକୁ ମିଳିଥିଲା । ଏହା ପରେ ହିଂସାରେ ପରିଣତ ହୋଇଛି । ଏଥିରେ ପ୍ରାୟ ୧୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ପ୍ରାୟ ୧୪ ଜଣ ପୁଲିସ କର୍ମୀ ଏଥିରେ ପ୍ରାଣ ହରାଇଛନ୍ତି । ଗୁଳିମାଡରେ ୪୦ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ମଧ୍ୟ ହୋଇଛନ୍ତି ।

ବାଂଲାଦେଶର ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସତର୍କ କରିଛି । ଭାରତୀୟ ନାଗରିକଙ୍କୁ ବର୍ତ୍ତମାନ ସମୟରେ ବାଂଲାଦେଶ ନ ଯିବାକୁ ମନା କରିଛି ଭାରତ । କାରଣ ସେ ଦେଶରେ ଏବେ କଫ୍ରୁ୍ୟ ଲାଗିଛି ଓ ବିପଦର ଆଶଙ୍କା ରହିଛି । ଫଳରେ ବୈଦେଶିକ ମନ୍ତ୍ରାଳୟ ଏଭଳି ଏକ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.