fbpx

ବ୍ରିଟେନ୍ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ହାଇ କମିସନ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ବ୍ରିଟେନ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଭାରତୀୟ ହାଇ କମିଶନ ଏକ ଆଡଭାଇଜରୀ ଜାରି କରିଛନ୍ତି । ଲଣ୍ଡନରେ ଥିବା ଭାରତୀୟ ହାଇକମିସନ ଏକ ବିବୃତି ଜାରି କରି କହିଛନ୍ତି । ବ୍ରିଟେନର କେତେକ ଅଞ୍ଚଳରେ ସାମ୍ପ୍ରତିକ ଅଶାନ୍ତି ଏବଂ ବିକ୍ଷୋଭ ବିଷୟରେ ଭାରତୀୟ ଯାତ୍ରୀମାନେ ଅବଗତ ହେବେ । ବ୍ରିଟେନ ଯାତ୍ରା କରୁଥିବା ଭାରତୀୟଙ୍କୁ ପରିସ୍ଥିତି ଉପରେ ନଜର ରଖିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭାରତୀୟ ଯାତ୍ରୀମାନଙ୍କୁ ସ୍ଥାନୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ସ୍ଥାନୀୟ ଖବର ଏବଂ ଆଡଭାଇଜରି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

ଏଥିସହିତ ଯେଉଁସ୍ଥାନରେ ବିକ୍ଷୋଭ ଚାଲିଛି, ସେଠାକୁ ଯିବାଠାରୁ ଦୂରେଇ ରୁହନ୍ତୁ । କୌଣସି ଜରୁରୀ କାଳୀନ ପରିସ୍ଥିତିରେ ଭାରତୀୟ ହାଇ କମିଶନଙ୍କ ସହ ଯୋଗାଯୋଗ କରାଯାଇପାରିବ । ବ୍ରିଟେନର ସାଉଥପୋର୍ଟରେ ଟେଲର ସ୍ୱିଫ୍ଟ ଥିମ୍ ଡ୍ୟାନ୍ସ ପାର୍ଟିରେ ୩ ଜଣ ଝିଅଙ୍କୁ ଛୁରି ଭୁସି ହତ୍ୟା କରାଯିବା ପରେ ବ୍ରିଟେନର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି ବିକ୍ଷୋଭ ସମୟରେ ଏପର୍ଯ୍ୟନ୍ତ ୪୦୦ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.