fbpx

ପୁଣି ମଣିଷ ମସ୍ତିଷ୍କରେ ଚିପ ଲଗାଇଲା Neuralink, ଜାଣନ୍ତୁ ପରେ କ’ଣ ଘଟିଲା

ନୂଆଦିଲ୍ଲୀ: ଟେକ୍ନୋଲୋଜୀ ଦୁନିଆରେ ଆମେରିକାର ବିଜନେସମ୍ୟାନ ଏବଂ ସବୁଠାରୁ ଧନୀ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । କାରଣ ସେମାନେ ନୂଆ ନୂଆ ଟେକ୍ନୋଲୋଜୀ ଆଡ କରୁଛନ୍ତି । ଏହାରି ମଧ୍ୟରେ ଏଲନ ମସ୍କଙ୍କ କମ୍ପାନୀ Neuralink ପୁଣି ଥରେ ଦୁନିଆରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ।

Neuralink ଅନ୍ୟ ଜଣେ ମଣିଷ ମସ୍ତିଷ୍କରେ ନିଜ ବ୍ରେନ ଚିପକୁ ସଫଳତାଭାବେ ଫିଟ କରିସାରିଛି । ଏହା ଏକ ଏପରି ପଦକ୍ଷେପ ଯାହା ବିଜ୍ଞାନ ଦୁନିଆରେ ନୂଆ ପରିବର୍ତ୍ତନ ଆଣିପାରେ । ଏଲନ ମସ୍କଙ୍କ ଏହି କମ୍ପାନୀର ଉଦ୍ଦେଶ୍ୟ ହେଉଛି ମସ୍ତିଷ୍କ ଏବଂ କମ୍ପ୍ୟୁଟର ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନା କରିବା । Neuralink କହିଛି ଯେ, ଏହି ଟେକନିକ କାରଣରୁ ମଣିଷର ଅନେକ ଭୟଙ୍କର ରୋଗର ମଧ୍ୟ ଚିକିତ୍ସା କରାଯାଇପାରିବ । ଏହା ବ୍ୟତୀତ ବ୍ରେନ ଚିପ ମଣିଷର ସଫଳତାକୁ ମଧ୍ୟ ପ୍ରୋତ୍ସାହିତ କରିବ ।

Neuralink ର ଏହି ଚିପ ହେଉଛି ଏକ ଛୋଟ ମୁଦ୍ରା ଆକାରର, ଯେଉଁଥିରେ ଅନେକ ଛୋଟ ଛୋଟ ଇଲେକ୍ଟ୍ରୋଡ ଲାଗିଥାଏ । Neuralink କମ୍ପାନୀ ଇଲେକ୍ଟ୍ରୋଡ୍ସକୁ ଏକ ଚିପ ମାଧ୍ୟମରେ ମଣିଷର ମୁଣ୍ଡରେ ସାବଧାନତାର ସହ ଫିଟ କରାଯାଇଥାଏ । ଏହି ଇଲେକ୍ଟ୍ରୋଡ୍ସ ମଣିଷର ବ୍ରେନକୁ ଯାଇ ସେଲ୍ସର ସିଗନାଲକୁ ରେକର୍ଡ କରିଥାଏ ଏବଂ ସେ ଏକ କମ୍ପ୍ୟୁଟର ବା ଅନ୍ୟ ଡିଭାଇସ ପର୍ଯ୍ୟନ୍ତ ପହଞ୍ଚାଇଥାଏ ।

Get real time updates directly on you device, subscribe now.