fbpx

ଚାରୁ ଧ୍ୱଜ ଅଗ୍ରୱାଲଙ୍କୁ ମିଳିଲା ଓଡିଶା ଫ୍ରଣ୍ଟିୟର ମୁଖ୍ୟାଳୟ ବିଶେଷ ଅଭିଯାନ ପାଇଁ ବିଏସଏଫ ମହାନିରୀକ୍ଷକ ଦାୟିତ୍ୱ

ଓଡିଶା ଭାସ୍କର: ଚାରୁ ଧ୍ୱଜ ଅଗ୍ରୱାଲଙ୍କୁ ମହାରୀକ୍ଷକ ପଦକୁ ପଦୋନ୍ନତି ମିଳିଛି । ସେ ଫ୍ରଣ୍ଟିୟର ମୁଖ୍ୟାଳୟ ବିଶେଷ ଅଭିଯାନ ପାଇଁ ମହାନିରୀକ୍ଷକ ଦାୟିତ୍ୱ ତୁଲାଇବେ । ଶ୍ରୀ ଅଗ୍ରୱାଲ ହେଉଛନ୍ତି ବିଏସଏଫ (BSF) ର ଜଣେ ବରିଷ୍ଠ ତଥା ସମ୍ମାନିତ ଜଣେ ସକ୍ଷମ ଅଧିକାରୀ । ତାଙ୍କର ଅଭିଜ୍ଞତା ଭିତ୍ତିକ କାର୍ଯ୍ୟ ପାଇଁ ସେ ବେଶ୍ ଜଣା ଶୁଣା ମଧ୍ୟ ।

ସହାୟକ କମାଣ୍ଡେଣ୍ଟ ( ପ୍ରତ୍ୟେକ୍ଷ ପ୍ରବେଶ) ର ୧୯୮୯ ବ୍ୟାଚରେ ଜଣେ ପ୍ରତିଷ୍ଠିତ ଅଧିକାରୀ ଶ୍ରୀ ଅଗ୍ରୱାଲ ରାଷ୍ଟ୍ରୀୟ ସୁରକ୍ଷାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ତାଙ୍କୁ ଓଡିଶାର ମାଲକାନଗିରିରେ ନକ୍ସଲ ଆତଙ୍କ ସମୟରେ ବିଏଏଫ (BSF)ର ଉପସ୍ଥିତି ଜାହିର କରିବା ପାଇଁ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ପ୍ରାପ୍ତ ହୋଇଥିଲା । ସେହି ସମୟରେ ସେ ଓଡିଶା ତଥା ମାଲକାନଗିରି ଅଞ୍ଚଳରେ ନକ୍ସଲଙ୍କ ଉପଦ୍ରବକୁ ଦମନ କରିବାରେ ମଧ୍ୟ ସଫଳ ହୋଇଥିଲେ ଓ ଶାନ୍ତି ପ୍ରତିଷ୍ଠା କରିଥିଲେ । ତାଙ୍କର ରଣନୈତିକ କୌଶଳ ମଧ୍ୟ ବେଶ୍ ପ୍ରଶଂସାଯୋଗ୍ୟ ।

ଏବେ ସେହି ଚାରୁ ଧ୍ୱଜ ଅଗ୍ରୱାଲ ଫ୍ରଣ୍ଟିୟର ମୁଖ୍ୟାଳୟ ବିଶେଷ ଅଭିଯାନ ପାଇଁ ମହାନିରୀକ୍ଷକ ଦାୟିତ୍ୱ ସମ୍ଭାଳିବେ ଓ ଓଡିଶାକୁ ଶୀର୍ଷକୁ ନେଇ ଯିବେ ବୋଲି ଆଶା କରାଯାଉଛି । ତାଙ୍କ ଦାୟିତ୍ୱ ନେବାପରେ ଓଡିଶାରେ ତାଙ୍କ ନେତୃତ୍ୱରେ ଉକୃଷ୍ଟତା ଓ ସୁରକ୍ଷା ଉପାୟାରେ ନବ ଆଶା ସଞ୍ଚାର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଶ୍ରୀ ଚାରୁଧ୍ୱଜଙ୍କ ନେତୃତ୍ୱରେ ଓଡିଶା ବିଏଏଫ ନିଜର କ୍ଷମତା ଓ ପରିଚାଳନାରେ ପ୍ରଭାବଶାଳୀ ହେବ ବୋଲି ମଧ୍ୟ ଜନସାଧାରଣ କହୁଛନ୍ତି । ଏହାବାଦ ଆତଙ୍କବାଦ ବିରୋଧୀ ଅଭିଯାନ ଓ ରଣନୀତି ପ୍ରସ୍ତୁତିରେ ମଧ୍ୟ ସେ ପାରଙ୍ଗମ । ତେବେ ଦେଖିବାକୁ ରହିଲା ଚାରୁ ଧ୍ୱଜ ଆସିବା ପରେ ଓଡିଶାର ପରିଚୟ ଓ ତାହାର ଉନ୍ନତିର ପତାକା କେତେ ସଫଳ ହେଉଛି ।

Get real time updates directly on you device, subscribe now.