fbpx

ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ପାକିସ୍ତାନୀ ଯୁବକ ଗିରଫ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କିଛି ରାଜନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଇରାନ ସହ ସମ୍ପର୍କ ରଖିଥିବା ଜଣେ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଫବିଆଇ ନିର୍ଦ୍ଦେଶକ କ୍ରିଷ୍ଟୋଫର ୱାରେ ଏହି ହତ୍ୟା କାଣ୍ଡକୁ ଇରାନ ସହ ଯୋଡିଛନ୍ତି । ଆମେରିକାର ପ୍ରମୁଖ ରାଜନେତାଙ୍କୁ ହତ୍ୟା କରିବା ପାଇଁ ନ୍ୟୁୟର୍କରେ ଜଣେ ହତ୍ୟାକାରୀଙ୍କୁ ନିୟୋଜିତ କରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ୪୬ ବର୍ଷୀୟ ଆସିଫ୍ ମର୍ଚଣ୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ରିପବ୍ଲିକାନ୍ ପ୍ରାର୍ଥୀଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ଇରାନର ସଂପୃକ୍ତି ଥିବା କର୍ତ୍ତୃପକ୍ଷ ଜାଣିବା ପରେ ଜୁନ୍ ମାସରେ ଟ୍ରମ୍ପଙ୍କୁ ବଢ଼ାଇ ଦିଆଯାଇଥିଲା। ଜଣେ ରାଜନେତାଙ୍କୁ ହତ୍ୟା କରିବା କିମ୍ବା ଜଣେ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବା ପାଇଁ ବିଦେଶୀ ଷଡ଼ଯନ୍ତ୍ର ଆମର ଜାତୀୟ ନିରାପତ୍ତା ପ୍ରତି ବିପଦ ଏବଂ ଏହାର ମୁକାବିଲା ପାଇଁ ଏଫବିଆଇ ଯଥାସମ୍ଭବ ଉଦ୍ୟମ କରିବ ବୋଲି ଏଫ୍ ବିଆଇ ନିର୍ଦ୍ଦେଶକ ମଙ୍ଗଳବାର କହିଛନ୍ତି। ଆସିଫ୍ ମର୍ଚଣ୍ଟଜୁଲାଇରେ ଗିରଫ ହୋଇ ବର୍ତ୍ତମାନ ନ୍ୟୁୟର୍କରେ ଅଟକ ଅଛି।

Get real time updates directly on you device, subscribe now.