fbpx

ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ: RBI ଗଭର୍ଣ୍ଣରଙ୍କ ଘୋଷଣା

ନୂଆଦିଲ୍ଲୀ: ଅଗଷ୍ଟ ୬ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ୬ ଦିନିକିଆ ମୁଦ୍ରା ନୀତି କମିଟିର ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିସ୍ତୃତ ଭାବେ ଘୋଷଣା କରିଛନ୍ତି । କ୍ରମାଗତ ନବମ ଥର ପାଇଁ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ଘୋଷଣା ହେବା ପରେ ଏବେ ହୋମ-ଅଟୋ ଲୋନର ଇଏମଆଇର ହ୍ରାସ-ବୃଦ୍ଧିକୁ ନେଇ ସ୍ପଷ୍ଟ ହୋଇଯାଇଛି ।

ଅଗଷ୍ଟ ମାସର ମୁଦ୍ରା ନୀତି ସମୀକ୍ଷାରେ ଆରବିଆଇ ପୂର୍ବ ପରି ୬.୫ ପ୍ରତିଶତରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି । ଦେଶରେ ମହଙ୍ଗା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ଏହି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଇଛି । କ୍ରମାଗତ ନବମ ଥର ପାଇଁ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ରେପୋ ରେଟକୁ ପୂର୍ବପରି କାଏମ୍ ରଖାଯାଇଛି । ଏହଫଳରେ ଗ୍ରାହକଙ୍କର ଲୋନର ଇଏମରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । ଶେଷ ଥର ପାଇଁ ଗତବର୍ଷ ଫେବୃଆରୀ ମାସରେ ରେପୋ ରେଟ୍ ପରିବର୍ତ୍ତନ କରାଯାଇଥିଲା ।

Get real time updates directly on you device, subscribe now.