fbpx

ଭିନେଶ ଫୋଗଟଙ୍କ ପ୍ରତିଦ୍ୱନ୍ଦୀ ସାରା ହିଲ୍ଡେବ୍ରାଣ୍ଟ, ଯିଏ ଭିନେଶଙ୍କ ସହ ଫାଇନାଲ ଖେଳିଥାନ୍ତେ! ଜିତିଲେ ସ୍ୱର୍ଣ୍ଣ, କହିଲେ ସେ ଜଣେ ‘ବଡ ୱେଟ କଟର’

ଓଡିଶା ଭାସ୍କର: ସାରା ବିଶ୍ୱରେ ଏବେ ଭିନେଶଙ୍କୁ ନେଇ ଚର୍ଚ୍ଚା । ମହିଳା ୫୦ କିଲୋଗ୍ରାମ ବର୍ଗରେ ସେ ଫାଇନାଲ ଖେଳିଥାନ୍ତେ । ମାତ୍ର ଅଯୋଗ୍ୟ ଘୋଷିତ ହେଲେ । ଫାଇନାଲରେ ସେ ଆମେରିକୀୟ ମହିଳା କୁସ୍ତିଯୋଦ୍ଧା ସାରା ହିଲ୍ଡେବ୍ରାଣ୍ଟଙ୍କୁ ଭେଟିଥାନ୍ତେ । କିନ୍ତୁ, ନିୟତିର ନିୟମ ଆଗରେ ସେ ହାର ମାନି ବି ଚାମ୍ପିୟନ ହୋଇଛନ୍ତି । ମାତ୍ର ଆମେରିକୀୟ କୁସ୍ତିଯୋଦ୍ଧା ସାରା ୫୦ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ କରାୟତ୍ତ କରିଛନ୍ତି ।

ତାଙ୍କର ଫାଇନାଲ ମ୍ୟାଚ ପୂର୍ବରୁ ସାରା ବେଶ୍ ଭାବବିହ୍ୱଳ ଥିଲେ ବୋଲି ଜଣାଇଛନ୍ତି । ସେ ନିଜେ ନିଜେ ଲଢେଇ କରିଛନ୍ତି ଓ ଅସାମାନ୍ୟ ପରିସ୍ଥିତିର ସାମ୍ନା କରିଥିବା ପ୍ରକାଶ ପାଇଛି । ସାରା ଭାବୁଥିଲେ ଯେ, ବିନା ଫାଇନାଲ ଖେଳି ସେ ସ୍ୱର୍ଣ୍ଣ ଜିତିଯିବେ । ମାତ୍ର ମ୍ୟାଚର ଏକ ଘଣ୍ଟା ପୂର୍ବରୁ ତାଙ୍କୁ ଜଣା ପଡିଥିଲା ଯେ, ସେ ସ୍ୱର୍ଣ୍ଣ ଜିତିବା ପାଇଁ ତାଙ୍କୁ କ୍ୟୁବାର ୟୁସ୍ନେଲିସ ଗୁଜମାନଙ୍କ ସହ ଲଢେଇ କରିବାକୁ ହେବ ।

୩୦ ବର୍ଷୀୟ ସାରା ହିଲ୍ଡେବ୍ରାଣ୍ଟ କହିଛନ୍ତି ଯେ, ସେ ଅଲମ୍ପିକ୍ସ ସ୍ୱର୍ଣ୍ଣ ଜିତି ବହୁତ ଖୁସି । ମାତ୍ର ଅସାମାନ୍ୟ ସ୍ଥିତି ତାଙ୍କ ପାଇଁ ଅସାଧାରଣ ଥିଲା । ସେ ବିନା ମ୍ୟାଚ ଖେଳି ଅଲିମ୍ପିକ୍ସ ଜିତିଗଲେ ବୋଲି ଭାବି ନେଇଥିଲେ । ଘଣ୍ଟାଏ ପରେ ଜାଣିବାକୁ ପାଇଲେ ତାଙ୍କୁ ଅଲିମ୍ପିକ୍ସ ପଦକ ମିଳିନି । ଫଳରେ ସାରା ଭିନ୍ନ ମନୋବୈଜ୍ଞାନିକ ଅସୁବିଧା ଦେଇ ଗତିକରିଥିଲେ । ପରେ ସାରା ଗୁଜମୈନ ଲୋପେଜଙ୍କୁ ଫାଇନାଲରେ ୩-୦ ରେ ହରାଇ ସ୍ୱର୍ଣ୍ଣ ଉପରେ ନିଜର କବଜା ଜାହିର କରିଥିଲେ । ତାହାସହ ସେ କୁସ୍ତିରେ ଆମେରିକାର ଚତୁର୍ଥ ଖେଳାଳି ହୋଇଛନ୍ତି ସ୍ୱର୍ଣ୍ଣ ଜିତି ।

ସେପଟେ ସାରା ଦେଶରେ ଭିନେଶଙ୍କୁ ନେଇ ଏବେ ବି କାନ୍ଦୁଛି । ଅନେକ ବ୍ୟକ୍ତିତ୍ୱ ତାଙ୍କୁ ଜଣେ ଚାମ୍ପିୟନ କହୁଛନ୍ତି । ଯଦିଓ ସେ ପଦକ ଜିତି ନାହାନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ପଦକ ବିଜେତା କହି ତାଙ୍କର ସ୍ୱାଗତ କରିବା ସହ ସମସ୍ତ ସମ୍ମାନ ଦେବାକୁ ନେଇ ଘୋଷଣା କରିଛନ୍ତି । ହରିୟାଣାର ଏହି ହରିଣୀ ଏବେ ବି ହାରିନି । ସେ କୁସ୍ତିରେ ବହୁଦୂର ଦ୍ରୁତଗତିରେ ଦୌଡିଛି । ସନ୍ୟାସ ନେଇ ବି ତାହାର ଯଶ ସର୍ବଦା ଅମର ରହିବ । ଚିରଦିନ କୁସ୍ତି ତାକୁ ମନେ ପକାଇବ । କାରଣ ଡିଫେଣ୍ଡି ଚାମ୍ପିୟନକୁ ସେ ଯେମିତି ମାତ ଦେଇଥିଲେ ତାହା ପ୍ରମାଣିତ କରେ ଯେ, ସେ ଜିତିଛନ୍ତି । ଯଦିଓ କୁସ୍ତି ଜିତିଛି ଓ ସେ ହାରିଯାଇଛନ୍ତି । ତଥାପି ସେ ଚାମ୍ପିୟନ ।

Get real time updates directly on you device, subscribe now.