fbpx

UPI Transaction ସୀମା ବୃଦ୍ଧି ପାଇଁ ନିଷ୍ପତ୍ତି: ଏଣିକି ପେମେଣ୍ଟ କରିବା ହେବ ଆହୁରି ସରଳ: RBI Governor

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି ସରକାର । ସେଥିପାଇଁ ଏବେ ୟୁପିଆଇ ପେମେଣ୍ଟ ସେବାକୁ ଆହୁରି ସରଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ୟୁପିଆଇ ଟ୍ରାଞ୍ଜାକ୍ସନକୁ ନେଇ ଏକ ବଡ଼ ଘୋଷଣା କରିଛି କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ । ୟୁପିଆଇ ଟ୍ରାଞ୍ଜାକ୍ସନର ଲିମିଟ ବୃଦ୍ଧି କରିବା ପାଇଁ ଏକ ନୂଆ ଫିଚର ‘ଡେଲିଗେଟେଡ ପେମେଣ୍ଟ’ ଆରମ୍ଭ କରିବା ପାଇଁ ଘୋଷଣା କରାଯାଇଛି । ଏହାଦ୍ୱାରା ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟରୁ ୟୁପିଆଇ ଜରିଆରେ ପେମେଣ୍ଟ ପାଇଁ ଅଥରାଇଜ କରିପାରିବେ । ଏହି ଟ୍ରାଞ୍ଜାକ୍ସନ ପାଇଁ ଦ୍ୱିତୀୟ ବ୍ୟକ୍ତିଙ୍କୁ ୟୁପିଆଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡ଼ିବ ନାହିଁ । ଏ ନେଇ ରିଜର୍ଭ ବ୍ୟାଙ୍କ ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ୟୁପିଆଇ ଟ୍ରାଞ୍ଜାକ୍ସନ ସିଷ୍ଟମକୁ ଆହୁରି ସରଳ କରିବା ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ । ଖୁବଶୀଘ୍ର ୟୁଜରମାନଙ୍କୁ ଏକ ନୂଆ ଫିଚର ‘ଡେଲିଗେଟେଡ ପେମେଣ୍ଟ’ର ସୁବିଧା ମିଳିପାରିବ । ୟୁପିଆଇ ଟ୍ରାଞ୍ଜାକ୍ସନ ଲିମିଟ ବୃଦ୍ଧି କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଏହାଦ୍ୱାରା ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟରୁ ୟୁପିଆଇ ଜରିଆରେ ପେମେଣ୍ଟ ପାଇଁ ଅଥରାଇଜ କରିପାରିବେ । ଏହି ଟ୍ରାଞ୍ଜାକ୍ସନ ପାଇଁ ଦ୍ୱିତୀୟ ବ୍ୟକ୍ତିଙ୍କୁ ୟୁପିଆଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡ଼ିବ ନାହିଁ । ତେବେ ଏହି ପ୍ରକ୍ରିୟାରେ ପ୍ରାଇମେରୀ ୟୁଜରଙ୍କ ମଞ୍ଜୁରୀର ଆବଶ୍ୟକତା ରହିବ । ଏ ନେଇ ରିଜର୍ଭବ୍ୟାଙ୍କ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ସାରା ଦେଶରେ ଡିଜିଟାଲ ପେମେଣ୍ଟ ସୀମା ଏବଂ ଉପଯୋଗ ବୃଦ୍ଧି ହେବା ନେଇ ଆଶା କରାଯାଉଛି । ଖୁବଶୀଘ୍ର ଏ ନେଇ ବିସ୍ତୃତ ସୂଚନା ଜାରି କରାଯିବ ।

ଏହାସହିତ ରିଜର୍ଭ ବ୍ୟାଙ୍କ ୟୁପିଆଇ ଜରିଆରେ ଟାକ୍ସ ପେମେଣ୍ଟ ସୀମା ବୃଦ୍ଧି କରିବା ନେଇ ଘୋଷଣା କରିଛି । ବର୍ତ୍ତମାନ ୟୁପିଆଇ ପାଇଁ ଟାକ୍ସ ପେମେଣ୍ଟ ସୀମା ୧ ଲକ୍ଷ ରହିଛି । ଏହାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରିଜର୍ଭ ବ୍ୟାଙ୍କ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଡାଇରେକ୍ଟ ଏବଂ ଇନ୍ ଡାଇରେକ୍ଟ ଟାକ୍ସ ପେମେଣ୍ଟ କରିବା ସାମାନ୍ୟ, ନିୟମିତ ଏବଂ ଉଚ୍ଚ ମୂଲ୍ୟ ରହିଛି । ଏଥିପାଇଁ ୟୁପିଆଇ ଜରିଆରେ ଟାକ୍ସ ପେମେଣ୍ଟର ସୀମା ଟାଞ୍ଜାକ୍ସନ ପିଛା ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ବର୍ତ୍ତମାନ ଦେଶରେ ୟୁପିଆଇର ୟୁଜର୍ସଙ୍କ ସଂଖ୍ୟା ୪୨.୪ କୋଟି ରହିଥିବା ନେଇ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ।

Get real time updates directly on you device, subscribe now.