fbpx

ଦିନ ଥିଲା ଆକାଶରେ ଉଡୁଥିଲେ, ଏବେ ପାଣ୍ଡିଆନ ତଳେ ପଡିପାରନ୍ତି! ଚାଲିଛି ତଦନ୍ତ, ଖର୍ଚ୍ଚ କରିଛନ୍ତି ୫୦୦ କୋଟି!

ଓଡିଶା ଭାସ୍କର: ପାଣ୍ଡିଆନଙ୍କ ହେଲିକେପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି । ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକେପ୍ଟର ଖର୍ଚ୍ଚ ଉପରେ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, ଏଥିରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ତାହାସହ ରାଜକୋଷର ଟଙ୍କାରୁ ଏଭଳି ଖର୍ଚ୍ଚ କରିବା ଗ୍ରହଣୀୟ ନୁହେଁ ବୋଲି ପରିବନହ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ନିୟମର ଉଲଂଘନ ହୋଇଥିଲେ ତାଙ୍କ ସରକାର ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହି ପରିବହନ ମନ୍ତ୍ରୀ ରାଜ୍ୟ ରାଜନୀତିକୁ ସରଗରମ କରି ଦେଇଛନ୍ତି । ଲୋକେ ମଧ୍ୟ ଏହି ଘଟଣାର ଦୋଷୀକୁ ଚାହିଁ ରହିଛନ୍ତି ବୋଲି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି । ପାଣ୍ଡିଆନ କୋଟି କୋଟି ଟଙ୍କା ହେଲିକେପ୍ଟରରେ ଯିବା ଆସିବା କରିବା ତଥା ଗସ୍ତ ସମୟରେ ବର୍ଷା ଭଳି ଉଡାଇଛନ୍ତି । ବିଭିନ୍ନ ସ୍ଥାନରେ ସେ ସଭାର ଆୟୋଜନ କରୁଥିଲେ ଓ ହେଲିକେପ୍ଟରେ ଯାଉଥିଲେ ।

ପ୍ରାୟ ୫୦୦ କୋଟି ଟଙ୍କା ସେ ଉଡାଇଛନ୍ତି ଉଡିବା ପାଇଁ । ୨୦୧୩-୨୦୨୪ ମସିହା ମଧ୍ୟରେ ସେ ପ୍ରାୟ ଏତିକି ଟଙ୍କା ଖର୍ଚ୍ଚ କରିଥିବା ତଦନ୍ତ କହୁଛି । ୧୦ କିମ୍ବା ୧୫ କିଲୋମିଟର ଯିବା ପାଇଁ ବି ଭି.କେ ପାଣ୍ଡିଆନ ହେଲିକେପ୍ଟରର ବ୍ୟବହାର କରୁଥିଲେ । ସେପଟେ ପରିବହନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ହେଲିକେପ୍ଟର କିଏ ନେଇ ପାରିବ ତାହାର ଏକ ବିଧି ରହିଛି । ସର୍ବସମ୍ମୁଖରେ ଜଣେ ରାଜକୋଷରୁ ଲୁଣ୍ଢନ କରି ଲୋକଙ୍କୁ ଭ୍ରମିତ କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଖୁବଶୀଘ୍ର ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନେଇ ମଧ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.