fbpx

Video; ‘ହରେ କୃଷ୍ଣ ହରେ ରାମ’ ଧ୍ୱନିରେ ପ୍ରକମ୍ପିତ ହେଲାଣି ବାଂଲାଦେଶ; ଅସହ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ହିନ୍ଦୁ

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ବିକ୍ଷୋଭ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଗାଦି ଛଡ଼ାଇ ନେଇଥିଲା । ସେବେଠାରୁ ବାଂଲାଦେଶରେ ସ୍ଥିତି ଖରାପ ହେବାରେ ଲାଗିଛି । ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ ଓ ଅନ୍ୟମାନଙ୍କ) ବିରୋଧରେ ହିଂସା ଆରମ୍ଭ ହୋଇଛି । ହେଲେ ଏତେ ଦିନର ଅତ୍ୟାଚାର ସହି ସହି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ହିନ୍ଦୁ ।

ଶାନ୍ତିପୂର୍ଣ୍ଣ ଭାବରେ କରୁଛନ୍ତି ପ୍ରତିବାଦ । ଏକା ସାଙ୍ଗରେ ସମସ୍ତଙ୍କ ଠାରୁ ଶୁଭୁଛି ମହାମନ୍ତ୍ର- ହେରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ ।। ହରେ ରାମ ହରେ ରାମ, ରାମ ରାମ ହରେ ହରେ ।। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା କୋଟି କୋଟି ଲୋକଙ୍କ ହୃଦୟକୁ ଛୁଇଁ ଯାଇଛି । ହିନ୍ଦୁ ମାନଙ୍କ ଏକତା ଦେଖିଲା ବାଂଲାଦେଶ । 

ସେପଟେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ଖଣ୍ଡକର ମୋଶରଫ ହୁସେନ କହିଛନ୍ତି, ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ କେବଳ ଆୱାମୀ ଲିଗ୍ ଉପରେ ନିର୍ଭରଶୀଳ ନୁହେଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଆଶ୍ରୟ ଦେଇଛି ଭାରତ, ବାଂଲାଦେଶରେ ସ୍ଥିତି ଖରାପ ହେବା ସ୍ୱାଭାବିକ ।

ଯାହାକୁ ନେଇ ଏବେ ଦିବାଦ ଅଧିକ ହେବ ବୋଲି ଆଶା କରାଯାଉଛି । ଏପଟେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ସାମ୍ପ୍ରତିକ ସ୍ଥିତି ଏବଂ ଅତ୍ୟାଚାରର ସମୀକ୍ଷା କରିବ ।

 

 

Get real time updates directly on you device, subscribe now.