fbpx

WhatsAppରୁ ଜାଣିପାରିବେ SBI ବ୍ୟାଙ୍କ ବାଲାନ୍ସ: ଗୋଟିଏ କ୍ଲିକରେ ଜାଣନ୍ତୁ ସମସ୍ତ ଡିଟେଲ୍ସ

ଓଡ଼ିଶା ଭାସ୍କର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ । ଦେଶର କୋଟି କୋଟି ଗ୍ରାହକଙ୍କ ପାଇଁ ଏହା ଖୁବ ବିଶ୍ୱସ୍ତ ପାଲଟିଛି । ଏବେ ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ଆଉ ଏକ ସୁବିଧା ଯୋଗାଇବାକୁ ଯାଇଛି । ଏଣିକି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକମାନଙ୍କୁ ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏହାଦ୍ୱାରା ଗ୍ରାହକ ଖୁବ ସହଜରେ ନିଜ ଆକାଉଣ୍ଟର ବ୍ୟାଙ୍କ ବାଲାନ୍ସ ଏବଂ ଅନ୍ୟାନ୍ୟ ତଥ୍ୟ ଚେକ୍ କରିପାରିବେ । ସାରା ବିଶ୍ୱରେ ସୋସିଆଲ ମିଡିଆରେ ହ୍ୱାଟ୍ସଆପ୍ ବେଶ୍ ଲୋକପ୍ରିୟତା ହାସଲ କରିଛି । ତେଣୁ ଏଥିରେ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବାକୁ ପ୍ଲାନ କରୁଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ୟୁଜର୍ସଙ୍କ ପାଇଁ ହ୍ୱାଟ୍ସଆପରେ ଲଗାତାର ନୂଆ ନୂଆ ଅପଡେଟ ଆଣୁଛି କମ୍ପାନୀ । ବର୍ତ୍ତମାନ ଏହା ଏକ ବଡ଼ ଅପଡେଟ ଆଣିବାକୁ ଯାଉଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ଥିବା ଗ୍ରାହକମାନଙ୍କ ପାଇଁ ଏହା ଆହୁରି ସହାୟକ ହେବ । ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ରଖିଥିବା ୟୁଜର ମାନେ ଏଣିକି ହ୍ୱାଟ୍ସଆପରେ ନିଜ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିପାରିବେ । କିଛି ସେକେଣ୍ଡରେ ଏବଂ ଖୁବ ସହଜରେ ୟୁଜର ଏହାକୁ ଚେକ୍ କରିପାରିବେ । ଏହାବ୍ୟତୀତ ଆହୁରି ଅନେକ ବ୍ୟାଙ୍କିଙ୍ଗ ସେବା ହ୍ୱାଟ୍ସଆପ୍ ଜରିଆରେ ପାଇପାରିବେ ଗ୍ରାହକ । ଏଥିପାଇଁ ସର୍ବପ୍ରଥମେ ନିଜ ଫୋନରେ +୯୧୯୦୨୨୬୯୦୨୨୬ ନମ୍ବର ସେଭ୍ କରନ୍ତୁ । ଏହାପରେ ହ୍ୱାଟ୍ସଆପ୍ ଜରିଆରେ ଏହି ନମ୍ବରକୁ ‘ହାଏ’ ମେସେଜ କରନ୍ତୁ । ତେବେ ଆପଣ ଯଦି ରେଜିଷ୍ଟର କରି ନାହାନ୍ତି ତେପେ ନିମ୍ନଲିଖିତ ଉପାୟ ରେଜିଷ୍ଟର କରି ନିଅନ୍ତୁ ।

ଏସବିଆଇ ହ୍ୱାଟସ୍ଆପ୍ ବ୍ୟାଙ୍କିଙ୍ଗ ସର୍ଭିସ ଜରିଆରେ ରେଜିଷ୍ଟର କରିବା ପାଇଁ ନିଜ ରେଜିଷ୍ଟର୍ ମୋବାଇଲ ନମ୍ବରରୁ ଏକ ମେସେଜ ପଠାଇବା ପାଇଁ କୁହାଯିବ । ରେଜିଷ୍ଟ୍ରେସନ୍ ପ୍ରସେସ ଶେଷ କରିବା ପରେ ଆପଣ ନିଜ ଆକାଉଣ୍ଟ ବାଲାନ୍ସ ଚେକ୍ କରିପାରିବେ । ରେଜିଷ୍ଟ୍ରେସନ୍ ପ୍ରସେସ ଶେଷ ହେବା ପରେ ଆପଣଙ୍କୁ ବାଲାନ୍ସ ଚେକ୍ କରିବା ପାଇଁ ବିକଳ୍ପ ମିଳିପାରିବ । ଏଥିରେ କ୍ଲିକ କରନ୍ତୁ । ଜରୁରୀ ତଥ୍ୟ ପ୍ରଦାନ କରନ୍ତୁ । ଏହାପରେ ଆପଣଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ଆପଣଙ୍କ ଫୋନ୍ ସ୍କ୍ରିନରେ ଦେଖିବାକୁ ମିଳିବ । ଏହାବ୍ୟତୀତ ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ ସର୍ଭିସରେ ମିନି ଷ୍ଟେଟମେଣ୍ଟ, ଆକାଉଣ୍ଟ ଷ୍ଟେଟମେଣ୍ଟ, ପେନସନ ସ୍ଲିପ୍, ଲୋନ୍ ତଥ୍ୟ, ଏନଆରଆଇ ସର୍ଭିସ ସମେତ ବିଭିନ୍ନ ତଥ୍ୟ ପାଇପାରିବେ ।

Get real time updates directly on you device, subscribe now.