fbpx

ବିଜେପିରୁ ବହିଷ୍କୃତ ହେଲେ ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାର

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାରଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । ନିକଟରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ଉପସ୍ଥିତିରେ ସନ୍ଦୀପ ବିଜେପିରେ ସାମିଲ ହୋଇଥିଲେ । ତେବେ ପଦ୍ମ ଧରିବାର କିଛି ଦିନ ମଧ୍ୟରେ ତାଙ୍କ ଉପରେ ଏବେ ଦଳ ତରଫରୁ ବଡ଼ ଆକ୍ସନ ନିଆଯାଇଛି । ଏନେଇ ବିଜେପି ତରଫରୁ ସୋସିଆଲ ମିଡ଼ିଆ ଏକ୍ସ’ରେ ଏକ ସୂଚନା ଜାରି କରାଯାଇଛି ।
ଦଳ ପକ୍ଷରୁ କୁହାଯାଇଛି ଯେ, ସନ୍ଦୀପ ନିଜର ପୃଷ୍ଠଭୂମିର ତଥ୍ୟ ଲୁଚାଇଥିଲେ । ତେଣୁ ସେନେଇ ସତ୍ୟତା ଜଣାପଡ଼ିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସନ୍ଦୀପଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ସମ୍ପାଦକ ସୁରେନ୍ଦ୍ର ପୁନିଆଙ୍କ ପକ୍ଷରୁ ଏକ ବୟାନ ଜାରି କରାଯିବା ସହ ଭବିଷ୍ୟତର ଦଳ ସହ ସନ୍ଦୀପଙ୍କର କୌଣସି ସମ୍ପର୍କ ରହିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.