fbpx

ବାଲୁକା କଳାରେ ‘ହର ଘର ତିରଙ୍ଗା’ର ବାର୍ତ୍ତା: ଏହି ଅଭିଯାନରେ ସାମିଲ ହେବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଶବାସୀଙ୍କୁ ଦେଲେ ଆହ୍ୱାନ

ଭୁବନେଶ୍ୱର: ସାରା ଭାରତରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ସାରିଛି । ସମସ୍ତ ଦେଶବାସୀ ନିଜ ଘରେ ଜାତୀୟ ପତାକା ଲଗାଇ ଦେଶ ପାଇଁ ଲଢେଇ କରି ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ ପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଛନ୍ତି । ଆଜି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ସମୁଦ୍ର କୂଳରେ ବାଲୁକା ଚିତ୍ରକଳା ତିଆରି କରି ହର ଘର ତ୍ରିରଙ୍ଗା କାର୍ୟକ୍ରମକୁ ସମସ୍ତେ ପାଳନ କରିବାକୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ।

ସେହିପରି ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୯ ରୁ ୧୫ ପର୍ୟ୍ୟନ୍ତ ପାଳନ କରାଯିବ। ସେଥିଲାଗି ଦେଶବାସୀଙ୍କୁ ବାଲୁକା କଳା ମାଧ୍ୟମରେ ସୋସିଆଲ ମିଡ଼ିଆ ଡିପିରେ ତ୍ରିରଙ୍ଗା ରଖିବାକୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ବାଲୁକା ଚିତ୍ରକଳା ଭାରତ ମାନଚିତ୍ର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ପ୍ରକାରର ସୋସିଆଲ ମିଡିଆର ଲୋଗୋକୁ ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତ୍ରିରଙ୍ଗା ଫଟୋ ଲଗେଇଥିବାରୁ ଆମେ ସମସ୍ତେ ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ଲଗେଇବାକୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି।

ତେବେ ଏହି ସୁନ୍ଦର ବାଲୁକା ଚିତ୍ରକଳା ଦେଖିବାକୁ ପୁରୀ ବେଳାଭୂମିରେ ବହୁ ପର୍ୟ୍ୟଟକ ଭିଡ଼ ଜମାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ କିଭଳି ସାରା ଦେଶରେ ତ୍ରିରଙ୍ଗା ଉଡୁଛି ତାହାର ପ୍ରତିକୃତି ଏହି ବାଲୁକା ଚିତ୍ର କଳାରେ ଦେଖିବାକୁ ମିଳିଛି ଏକ ଝଲକ । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଅଗଷ୍ଟ ୯ ତାରିଖରୁ ଅଗଷ୍ଟ ୧୫ ତାରିଖ ଯାଏ ଏହି ହର ଘର ତ୍ରିରଙ୍ଗା ପାଳନ ହେଉଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକୁ ସମସ୍ତେ ଗ୍ରହଣ କରି ଏହି ଅଭିଯାନରେ ସାମିଲ ହେବା ଉଚିତ୍।

 

 

Get real time updates directly on you device, subscribe now.