fbpx

ITBP Requirement: ଦଶମ ଓ ଦ୍ୱାଦଶ ପାସଙ୍କ ପାଇଁ ଚାକିରିର ସୁବର୍ଣ୍ଣ ସୁଯୋଗ, କାଲିଠୁ କରନ୍ତୁ ଆବେଦନ, ଜାଣି ରଖନ୍ତୁ ସମସ୍ତ ତଥ୍ୟ…

ଓଡିଶା ଭାସ୍କର: ଭାରତ-ତିବ୍ଦତ ସୀମା ପୁଲିସ ଭେଟେନାରୀ ଷ୍ଟାଫ ପଦ ପାଇଁ ଯୋଗ୍ୟ ଆଶାୟୀଙ୍କ ଆବେଦନ ଆହ୍ୱାନ କରିଛି । କାଲିଠୁ ରେଜିଷ୍ଟ୍ରେଶନ ଲିଙ୍କ ମାନେ ୧୨ ତାରିଖରୁ ଏହା ଆରମ୍ଭ ହେବ । ସେହିମାନେ ଏଥିରେ ଆବେଦନ କରିପାରିବେ, ଯେଉଁମାନେ ଏଥିପାଇଁ ଆଗ୍ରହୀ ଓ ଯୋଗ୍ୟ । କାଲିଠୁ ଏହି ଆବେଦନ ଆପମ୍ଭ ହୋଇ ଆସନ୍ତା ୧୦ ସେପ୍ଟେମ୍ବର ଯାଏଁ ଚାଲିବ ।

ଏହି ରିକ୍ୟୁଟମେଣ୍ଟ ଡ୍ରାଇଭ ମାଧ୍ୟମରେ ଆଇଟିବିପି ଭେଟେନାରୀ ଷ୍ଟାଫରେ ପ୍ରାୟ ୧୨୮ ଟି ପଦ ଖାଲି ରହିଛି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜଣେ ହେଡ କନେଷ୍ଟବଲ (ଡେସର ଭେଟେନାରୀ), କନେଷ୍ଟବଲ (ଆନିମଲ ଆଟେଣ୍ଟଡେଣ୍ଟ) ତଥା କନେଷ୍ଟବଲ (କେନଲମୈନ) ଭଲି ପଦରେ ଜଣେ ଚାକିରି କରି ପାରିବ । ହେଡ କନେଷ୍ଟବଲ ପାଇଁ ୯ ଟି ତଥା ବାକି ଅନ୍ୟ ୨ ଟି ପଦ ପାଇଁ ପ୍ରାୟ ୧୧୫ ଓ ୪ ପଦରେ ଭର୍ତ୍ତି କରାଯିବ ।

ଏହିସବୁ ପଦରେ ଆବେଦନ ପାଇଁ ଯୋଗ୍ୟତା ଓ ଆୟୁସୀମା ପଦ ମୁତାବକ ଅଲଗା ଅଲଗା ରହିଛି । ହେଡ କନେଷ୍ଟବଲ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ କରିଥିବା ଦରକାର । ସେହିଭଳି ଆଶୀୟୀଙ୍କ ପାଖରେ ଭେଟେନାରୀ ତଥା ଡିପ୍ଲୋମା ସାର୍ଟିଫିକେଟ ରହିଥିବା ବି ଆବଶ୍ୟକ । ଏଥିରେ ବୟସସୀମା ରହିଛି ପ୍ରାୟ ୧୮ ବର୍ଷରୁ ୨୭ ବର୍ଷ । ସେହିଭଳି କନେଷ୍ଟବଲ (ଆନିମଲ ଆଟେଣ୍ଡେଣ୍ଟ ଓ କେନେଲମୈନ) ପାଇଁ ପ୍ରର୍ଥୀଙ୍କୁ ୧୦ ମ ପାସ ସହ ୧୮-୨୭ ବର୍ଷ ହୋଇଥିବା ଆବଶ୍ୟକ । ଆରକ୍ଷିତ ଲୋକଙ୍କୁ ସରକାରୀ ନିୟମାନୁସାରେ, ଆୟୁ ସୀମାରେ ସଂରକ୍ଷଣର ବ୍ୟବସ୍ଥା ରହିଛି ।
ଏଥିରେ ଆବେଦନ କରିବା ପାଇଁ ସାଧାରଣ, ଓବିସି ତଥା ଇଡବ୍ଲୁଏସ ପ୍ରାର୍ଥୀଙ୍କୁ ମାତ୍ର ୧୦୦ ଟଙ୍କା ଦେବାକୁ ପଡିବ । ଏହାବାଦ ସଂରକ୍ଷିତ ଆଶାୟୀଙ୍କୁ ବିନା ଶୁଳ୍କରେ ଆବେଦନର ସୁବିଧା ମଧ୍ୟ ମିଳି ପାରିବ । ଜଣେ ଆବେଦନ କରିବା ପାଇଁ requirement.itbpolice.nic.inକୁ ଯାଇ ଆବେଦନ କରି ପାରିବ ଓ ନିଜର ଭବିଷ୍ୟତର ନିର୍ମାଣ କରି ପାରିବ ।

Get real time updates directly on you device, subscribe now.