fbpx

ଶେଷରେ ହାରିଲା ଚୀନ୍! ଗାଲୱାନ ଘାଟିର ଝଗଡା ସ୍ଥାନରୁ ୧ କିମି ପଛକୁ ହଟାଇଲା ସେନା

ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ଧୀରେ ଧୀରେ ଶାନ୍ତ ପଡିବାରେ ଲାଗିଛି । ସୂତ୍ର ମୁତାବକ, ଗଲୱାନର ଝଗଡା ସ୍ଥାନରୁ ୧ କିଲୋମିଟର ପଛକୁ ନିଜର ସେନା ଓ ଗାଡି ହଟାଇଛି ଚୀନ୍ । ଏପରିକି ଗାଲୱାନ ସୀମାରେ ନିକଟରେ ଚୀନ ନିଜର ସେନ୍ୟ ସଂଖ୍ୟା ହ୍ରାସ କରିଛି ।

ତେବେ ଗାଲୱାନ ଉପତ୍ୟକାରେ ସଂଘର୍ଷ ପରେ ପ୍ରଥମଥର ପାଇଁ ଚୀନ୍ ସେନା ପଛକୁ ଫେରିଛି । ଭାରତ ଓ ଚୀନ୍ ମଧ୍ୟରେ ଆଲୋଚନା ପରେ ଗାଲୱାନ ଉପତ୍ୟକାରୁ ଉଭୟ ଦେଶର କମ୍ ସେନା ଦେଖିବାକୁ ମିଳିଛି ।

ତେବେ ଜୁନ ୧୫ ତାରିଖ ରାତିରେ ଗାଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୦ ଜଣ ସେନ୍ୟ ପ୍ରାଣ ହରାଇଥିଲେ । କିନ୍ତୁ ଚୀନ୍ ତାର ସୈନିକଙ୍କ ମୃତ୍ୟୁ ସଂଖ୍ୟା ପ୍ରକାଶ କରୁନାହିଁ ।

Get real time updates directly on you device, subscribe now.