fbpx

ରାମଲଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥାବା ଅରୁଣ ଯୋଗୀରାଜଙ୍କୁ ଭିସା ଦେବାକୁ ମନା କଲା ଆମେରିକା

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଆମେରିକାଭିସା ଦେବାକୁ ମନା କରାଯାଇଥିବା ଅଭିଯୋଗ ହୋଇଛି। ଅରୁଣ ୨୦ ଦିନିଆ ଆମେରିକା ଗସ୍ତରେ ଯିବାର ଥିଲା। ତେବେ ଏନେଇ ଆମେରିକା ଅଧିକାରୀଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇନାହିଁ। ରାମଲଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଭିସା ଆବେଦନକୁ ଖାରଜ କରିବାର କୌଣସି ଆନୁଷ୍ଠାନିକ କାରଣ ମଧ୍ୟ ଆମେରିକା ଦେଇନାହିଁ।

ଭର୍ଜିନିଆର ରିଚମଣ୍ଡରେ ଆସୋସିଏସନ୍ ଅଫ୍ କନ୍ନଡ଼ କାଉଚର୍ସ ଅଫ୍ ଆମେରିକା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯୋଗୀରାଜ ପ୍ରାୟ ଦୁଇ ମାସ ତଳେ ଭିସା ପାଇଁ ଆବେଦନ କରିଥିଲେ। ତେବେ ଅଗଷ୍ଟ ୧୦ ତାରିଖରେ ବିନା କାରଣ ଦର୍ଶାଇ ତାଙ୍କ ଆବେଦନଖାରଜ କରାଯାଇଥିଲା। ଆସୋସିଏସନ୍ ଅଫ୍ କନ୍ନଡ କୋର୍ଟ ଅଫ୍ ଆମେରିକା (ଏକ୍କା) ପକ୍ଷରୁ ଆୟୋଜିତ ବିଶ୍ୱ କନ୍ନଡ ସମ୍ମିଳନୀ (ଡବ୍ଲ୍ୟୁକେସି ୨୦୨୪)ରେ ଯୋଗ ଦେବା ପାଇଁ ଅରୁଣ ଯୋଗୀରାଜଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧, ୨୦୨୪ ପର୍ଯ୍ୟନ୍ତ ଭର୍ଜିନିଆର ଗ୍ରେଟର ରିଚମଣ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବ। କନ୍ନଡ ସଂସ୍କୃତି ଏବଂ ଐତିହ୍ୟକୁ ପାଳନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ । ଯେହେତୁ ସେ ରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରସିଦ୍ଧ ମୂର୍ତ୍ତି ତିଆରି କରିଥିଲେ, ତେଣୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା।

Get real time updates directly on you device, subscribe now.