fbpx

ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ: କହିଲେ- ‘ଦେଶବାସୀଙ୍କ ହାତକୁ ଆସିଛି ଅଧିକ ଟଙ୍କା’

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଅଭିଭାଷଣରେ ସେ ଭାରତର ଅର୍ଥନୀତିର ଅଗ୍ରଗତି ବିଷୟରେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି । ୨୦୨୧ରୁ ୨୦୨୪ ମଧ୍ୟରେ ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୮ ପ୍ରତିଶତ ଥିବା ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତି ମଧ୍ୟରେ ରହିଛି । ଏହା ଦ୍ୱାରା କେବଳ ଦେଶବାସୀଙ୍କ ହାତରେ ଅଧିକ ଟଙ୍କା ଆସିନାହିଁ ବରଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି ।

ଯେଉଁମାନେ ଏବେ ବି ଦାରିଦ୍ର୍ୟରେ ପୀଡ଼ିତ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କୁ ଦାରିଦ୍ର୍ୟରୁ ବାହାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । ଉଦାହରଣ ସ୍ୱରୂପ, କୋଭିଡ୍-୧୯ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି ।

ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ଖୁବ୍ ଶୀଘ୍ର ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ପ୍ରସ୍ତୁତ ଅଛୁ । କୃଷକ ଓ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମ, ନୀତି ନିର୍ମାତା ଓ ଉଦ୍ୟୋଗୀଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା ଓ ଦେଶର ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ହିଁ ଏହି ସଫଳତା ସମ୍ଭବ ହୋଇପାରିଛି ।

Get real time updates directly on you device, subscribe now.