fbpx

ଅଗଷ୍ଟ ୧୫-ଜାନୁୟାରୀ ୨୬ର ପତାକା ଉତ୍ତୋଳନରେ କ’ଣ ଥାଏ ପାର୍ଥକ୍ୟ? ଜାଣନ୍ତୁ ଉଭୟ ଦିନରେ ‘ତ୍ରିରଙ୍ଗା’ର ବିଶେଷତ୍ୱ

ଭୁବନେଶ୍ୱର: ଆସନ୍ତାକାଲି ସାରା ଭାରତରେ ପାଳନ ହେବ ୭୮ତମ ସ୍ୱତନ୍ତ୍ରତା ଦିବସ । ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଆସୁଛି ଭାରତ । ବ୍ରିଟିଶ ଶାସନ ଉପରେ ଭାରତର ବିଜୟକୁ ସ୍ମରଣ କରି ସାରା ଭାରତରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଏ । କିନ୍ତୁ ଏହାବ୍ୟତୀତ ଜାନୁୟାରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ଅବସରରେ ମଧ୍ୟ ପତାକା ଉତ୍ତୋଳନ କରାଯାଏ । କିନ୍ତୁ ଉଭୟ ଦିନ ମଧ୍ୟରେ ଫରକ୍ କ’ଣ ଥାଏ? ଜାଣିଛନ୍ତି କି, ଗଣତନ୍ତ୍ର ଦିବସ ଏବଂ ସ୍ୱତନ୍ତ୍ରତା ଦିବସରେ ହେଉଥିବା ପତାକା ଉତ୍ତୋଳନ ମଧ୍ୟରେ କ’ଣ ଅନ୍ତର ଥାଏ?

ତେବେ ପତାକା ଉତ୍ତୋଳନ କରିବା ହେଉକି ପତାକା ଉଡାଇବା ଏହାକୁ ନେଇ ଅନ୍ତର ରହିଛି । ଯାହା ଖୁବ କମ ଲୋକଙ୍କୁ ଜଣା । ମୁଖ୍ୟତଃ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରନ୍ତି । ଆଉ ଜାନୁୟାରୀ ୨୬ ତାରିଖରେ ରାଷ୍ଟ୍ରପତି ପତାକା ଉଡାଇଥାନ୍ତି । ଏହି ଦୁଇଟି ଦିବସ ମଧ୍ୟରେ ଅନ୍ତର ରହିଛି । କିନ୍ତୁ ଏହା ସମସ୍ତଙ୍କୁ ଜଣା ନଥାଏ । ତେବେ ଆସନ୍ତୁ ଜାଣିବା ଏହା ଭିତରେ କଣ ରହିଛି ଫରକ ।

ସୂଚନାମୁତାବକ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଲାଲକିଲାରୁ ପତାକା ଉତ୍ତୋଳନ କରନ୍ତି । ଉତ୍ତୋଳନ ସମୟରେ ପତାକା ସହିତ ସଯୁକ୍ତ ହୋଇ ରହିଥିବା ଏକ ଦଉଡି ଟଣାଯାଏ । ଏହା ଦ୍ୱାରା ଦଉଡି ତଳୁ ଉପରକୁ ଯାଏ ଏବଂ ପତାକା ଖୋଲା ଆକାଶରେ ଉଡିବାର ଆମେ ଦେଖିଛନ୍ତି । ଏହାକୁ ଇଂରାଜୀରେ ଫ୍ଲାଗ ହୋଷ୍ଟିଙ୍ଗ (Flag Hoisting) ବୋଲି କୁହାଯାଏ। ସେହିଭଳି ଜାନୁୟାରୀ ୨୬ ରେ କିନ୍ତୁ ରାଷ୍ଟ୍ରପତି ରାଜପଥ (ବର୍ତ୍ତମାନର କର୍ତ୍ତବ୍ୟପଥ)ରେ ପତାକା ଉଡାଇଥାଆନ୍ତି । ଯାହାକୁ ଇଂରାଜୀରେ ଫ୍ଲାଗ ଅନଫର୍ଲ (Flag Unfurling) କୁହାଯାଏ ।

କାହିଁକି ଏଭଳି କରାଯାଏ?

ଆମେ ସବୁ ଜାଣିଛନ୍ତି ଇଂରେଜ ମାନେ ଆମକୁ ବହୁ ବର୍ଷ ଧରି ଶାସନ କରି ଆସୁଥିଲେ ଏବଂ ୧୯୪୭ ମସିହା ଅଗଷ୍ଟ ମାସ୧୪ ତାରିଖର ବିଳମ୍ବିତ ରାତିରେ ସେମାନେ ଆମ ଦେଶ ଛାଡି ପଳାଇଥିଲେ । ଯାହା ପାଇଁ ଆମେ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ କରିଆସୁଛନ୍ତି । ତେବେ ଏହିଦିନ ବ୍ରିଟିସ ମାନଙ୍କ ଯେଉଁ ପତାକା(ୟୁନିୟନ ଜ୍ୟାକ) ଥିଲା ତାହାକୁ ଓହ୍ଲାଯାଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା । ତେଣୁ ଏହାକୁ ପତାକା ଉତ୍ତୋଳନ ବୋଲି କୁହାଯାଏ ।

କାହିଁକି ପ୍ରଧାନମନ୍ତ୍ରୀ ଏହା କରନ୍ତି:

ପ୍ରଧାନମନ୍ତ୍ରୀଙ୍କୁ ଜନତାଙ୍କ ପ୍ରତିନିଧି ଭାବେ ବିବେଚନା କରାଯାଏ । ଏବଂ ଦେଶର ରାଜନୈତିକ ପ୍ରମୁଖ କହିଲେ ପ୍ରଧାନମନ୍ତ୍ରୀଙ୍କୁ ବୁଝାଏ ।

କାହିଁକି ରାଷ୍ଟ୍ରପତି ଏହା କରନ୍ତି:

ଯେଉଁଠାରେ ଜାନୁୟାରୀ ୨୬କୁ ଆମେ ଗଣତନ୍ତ୍ର ଦିବସ ରୂପେ ପାଳନ କରିଥାଉ । ଗଣତନ୍ତ୍ର ଯାହାର ଅର୍ଥ ହେଉଛି ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ଶାସନ । ଏଥିରେ କୌଣସି ବଂଶାନୁଗତ ଶାସନ ସ୍ଥାନ ପାଇ ନଥାଏ । ଯେଉଁ ପରି ରାଜାଙ୍କ ପରେ ରାଜାଙ୍କ ପୁତ୍ର ଏହି ଭଳି ଶାସନ ପ୍ରଣାଳୀ ନଥାଏ । ଏଥିପାଇଁ ଲୋକମାନଙ୍କ ଦ୍ୱାରା ଚୟନ କରାଯାଇଥାଏ । ଯାହା ପାଇଁ ରାଷ୍ଟ୍ରପତିଙ୍କୁ ଚୟନ କରାଯାଇଥାଏ । ଆଉ ରାଷ୍ଟ୍ରପତି ହେଉଛନ୍ତି ଆମ ଦେଶର ସମ୍ବିଧାନର ପ୍ରମୁଖ । ତେଣୁ ଗଣତନ୍ତ୍ର ଦିବସରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପତାକା ଉଡାଇଥାଆନ୍ତି । ଏଥିରେ ଜାତୀୟ ପତାକା ଉପରେ ବନ୍ଧା ଯାଇଥାଏ ଏବଂ ରାଷ୍ଟ୍ରପତି ଏହାକୁ ଉଡାଇଥାଆନ୍ତି । ଏହା ହେଉଛି ପାର୍ଥକ୍ୟ ଯାହା ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ଭିନ୍ନ ଦିବସରେ କରାଯାଇଥାଏ ।

Get real time updates directly on you device, subscribe now.