fbpx

ଲଜ୍ଜା ପରେ ଲଜ୍ଜା! କୋଲକତା ଅଘଟଣର ପୁନରାବୃତ୍ତି ଉତ୍ତରାଖଣ୍ଡରେ, ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଜଣେ ନର୍ସଙ୍କ ସହ ଦୁଷ୍କର୍ମ ଓ ହତ୍ୟା

ନୂଆଦିଲ୍ଲୀ: କୋଲକତାର ଆର.ଜି କର ମେଡିକାଲ କଲେଜ ଆଣ୍ଡି ହସ୍ପିଟାଲରେ ଜଣେ ପୋଷ୍ଟଗ୍ରାଜୁଏଟ ଟ୍ରେନି ମହିଳାଡାକ୍ତରଙ୍କ ଉତ୍ପୀଡ଼ନ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଏହି ମାମଲାରେ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିବା ସହ ତାହା ଅନେକ ଷଡ଼ଯନ୍ତ୍ରକାରୀଙ୍କ ପର୍ଦ୍ଦାଫାସ କରିଦେଇଛି । ଏହି ମାମଲାରେ ଡାକ୍ତରମାନେ ଦେଶବ୍ୟାପୀ ହରତାଳ ଆରମ୍ଭ କରିଦେଇଛନ୍ତି । ଏହି ମାମଲାରେ ଅନେକ ଗିରଫ ମଧ୍ୟ ହୋଇଥିବା ମଧ୍ୟ ଜଣାପଡ଼ିଛି ।

ତେବେ କୋଲକତା ଭଳି ଏକ ସମ୍ବେଦନଶୀଳ, ଦୁଃଖଭରା ଓ ଚିନ୍ତାଜନକ ଅଘଟଣ ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆଉ ଏକ ବଡ଼ ଅଘଟଣ । କୋଲକତା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ହସ୍ପିଟାଲରେ କାମ ସାରି ଘରକୁ ଫେରୁଥିବା ବେଳେ ଜଣେ ନର୍ସଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ମିଳିଛି । ହସ୍ପିଟାଲରୁ କାମ ସାରି ଘରକୁ ଫେରୁଥିବା ସମୟରେ ଜଣେ ନର୍ସଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ହତ୍ୟା କରାଯାଇଥିବା ବେଳେ ୯ ଦିନ ପରେ ଉତ୍ତରପ୍ରଦେଶରୁ ଶବ ମିଳିଥିବା ଜଣାପଡ଼ିଛି ।

ଖବର ମୁତାବକ, ଉତ୍ତରାଖଣ୍ଡର ଏକ ଘରୋଇ ହସ୍ପିଟାଲରୁ ଉତ୍ତରପ୍ରଦେଶର ସୀମା ନିକଟସ୍ଥ ନିଜ ଘରକୁ ଫେରୁଥିବା ସମୟରେ ଜଣେ ନର୍ସଙ୍କ ସହ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ପୀଡ଼ିତା ଜୁଲାଇ ୩୦ ତାରିଖରେ ହସ୍ପିଟାଲରୁ ବାହାରୁଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ମାତ୍ର ସେ ଉତ୍ତରପ୍ରଦେଶର ବିଲାସପୁରର କାଶୀପୁର ରୋଡ ସ୍ଥିତ ନିଜ ଭଡ଼ା ଘରେ ପହଞ୍ଚି ନଥିବା ଜଣାପଡ଼ିଛି । ପୀଡ଼ିତା ସେଠାରେ ତାଙ୍କର ୧୧ ବର୍ଷୀୟା ଝିଅଙ୍କ ସହ ରହୁଥିଲେ । ପରଦିନ ପୀଡ଼ିତାଙ୍କ ଭଉଣୀ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ପାଖାପାଖି ୮ ଦିନ ପରେ ୟୁପି ପୋଲିସ ପୀଡ଼ିତାଙ୍କ ଶବକୁ ଘରଠାରୁ ୧.୫ କିମି ଦୂରରୁ ଏକ ଖାଲଇ ପ୍ଲଟରୁ ଉଦ୍ଧାର କରିଥିଲା । ଏହି ଘଟଣାର ଅଭିଯୁକ୍ତ ଜଣେ ଦିନମଜୁରିଆଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.