ଗଞ୍ଜାମ,୨୬/୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଗଞ୍ଜାମରେ ଆଉ ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮ରେ ପହଞ୍ଚିଛି ।
ତେବେ ବର୍ତ୍ତମାନ ଜିଲ୍ଲାରେ ୩୧୨ ଜଣ ସକ୍ରିୟ ଥିବା ବେଳେ ସୁସ୍ଥ – ୭୬୮ ଜଣ ଅଛନ୍ତି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।