fbpx

ଆର୍ଥିକ ଲାଭ ସହ କ୍ୟାରିୟରରେ ମିଳିବ ସଫଳତା, ଜାଣନ୍ତୁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କେଉଁ ରାଶିଙ୍କ ପାଇଁ ଲାଭଦାୟକ ହେବ

ଓଡ଼ିଶା ଭାସ୍କର: ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ । ଚଳିତ ବର୍ଷ ୧୯ ଅଗଷ୍ଟକୁ ଏହି ପର୍ବ ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରକ୍ଷାବନ୍ଧନର ଗୋଟିଏ ଦିନ ପୂର୍ବରୁ ଶନି ଦେବ ନକ୍ଷତ୍ର ପରିବର୍ତ୍ତନ କରିବେ । ବର୍ତ୍ତମାନ ଶନି ଦେବ ପୂର୍ବ ଭାଦ୍ରପଦ ନକ୍ଷତ୍ରର ୨ୟ ପଦରେ ବିରାଜମାନ ଅଛନ୍ତି । ଅଗଷ୍ଟ ୧୮ ରାତି ୧୦ଟା ୩ ମିନିଟରେ ପୂର୍ବା ଭାଦ୍ରପଦ ନକ୍ଷତ୍ରର ପ୍ରଥମ ଚରଣରେ ପ୍ରବେଶ କରିବେ । ଏହାର ପର ଦିନ ରକ୍ଷାବନ୍ଧନ ଦିନ ଶନିଙ୍କ ପ୍ରଭାବ ରହିବ । ଏହା କିଛି ରାଶିଙ୍କ ପାଇଁ ଶୁଭ ଫଳଦାୟୀ ହେବ ।

୧. ମେଷ ରାଶି: ମେଷ ରାଶିଙ୍କ ପାଇଁ ଉନ୍ନତି ଓ ସଫଳତାର ଯୋଗ ନିର୍ମାଣ ହେଉଛି । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ନିବେଶ ପାଇଁ ସମୟ ଅନୁକୂଳ ରହିଛି । ବ୍ୟବସାୟରେ ଉନ୍ନତି ହେବା ସହ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଆପଣ ଚାହିଁଲେ କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରିବେ ।

୨. ବୃଷ ରାଶି: ବୃଷ ରାଶିର ଗ୍ରହ ସ୍ୱାମୀ ହେଉଛନ୍ତି ଶୁକ୍ର ଦେବ । ଶନି ଦେବ ଏବଂ ଶୁକ୍ର ଦେବ ଉତ୍ତମ ମିତ୍ର । ତେଣୁ ଶନିଙ୍କ ଏହି ରାଶି ପରିବର୍ତ୍ତନ ବୃଷ ରାଶିଙ୍କ ପାଇଁ ଲାଭଦାୟକ ହେବ । ଶନି ବୃଷ ରାଶିର ୧୦ମ ଭାବ ଅର୍ଥାତ କର୍ମ ଭାବରେ ଗୋଚର କରିବ । ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ମଜବୁତ ହେବ । ବୈବାହିକ ଏବଂ ପାରିବାରିକ ଜୀବନରେ ସନ୍ତୁଳନ ବଜାୟ ରହିବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ନୂତନ ସୁଯୋଗ ମିଳିବ ।

୩. କୁମ୍ଭ ରାଶି: କୁମ୍ଭ ରାଶିଙ୍କ ଗ୍ରହ ସ୍ୱାମୀ ହେଉଛନ୍ତି ଶନି ଦେବ । ଶନିଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅନୁକୂଳ ରହିବ । ବ୍ୟକ୍ତିର ଆତ୍ମବିଶ୍ୱାସ, ମାନ-ସମ୍ମାନ ଏବଂ ସୁଖ ସାଧନରେ ବୃଦ୍ଧି ହେବ । ନିବେଶ କରିବା ପାଇଁ ଶୁଭ ସମୟ ରହିଛି । ବ୍ୟକ୍ତିତ୍ୱରେ ଉନ୍ନତି ହେବ । ଭବିଷ୍ୟତରେ କାର୍ଯ୍ୟ ସଫଳତା ପ୍ରାପ୍ତି ହେବ ।

୪. ତୁଳା: ଶିନିଙ୍କ ରାଶି ପରିବର୍ତ୍ତନ ତୁଳା ରାଶି ପାଇଁ ଲାଭଦାୟକ ହେବ । କାର୍ଯ୍ୟକ୍ଷେତ୍ରରେ ଧନ ବୃଦ୍ଧି ହେବାର ଯୋଗ ନିର୍ମାଣ ହେଉଛି । ବ୍ୟବସାୟରେ ମନ ମୁତାବକ ପରିଣାମ ପ୍ରାପ୍ତ ହେବ । କ୍ୟାରିୟରରେ ପଦ ପ୍ରତିଷ୍ଠା ପ୍ରାପ୍ତି ହେବ ।

୫. ମକର: ଚାକିରିକୁ ନେଇ ଶୁଭ ଖବର ମିଳିପାରେ । ପାରିବାରିକ ମାହୋଲ ସକାରାତ୍ମକ ରହିବ ।

Get real time updates directly on you device, subscribe now.