fbpx

ବିନା ଲିଖିତ ପରୀକ୍ଷାରେ ସେଣ୍ଟ୍ରାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ୬୦ ବର୍ଷ ବୟସ୍କ କରିପାରିବେ ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(CBI) ଏହାର ଅଧ୍ୟାପକ ଏବଂ ଗାର୍ଡ଼ ସହ ଗାର୍ଡ଼େନର ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଇଚ୍ଛୁକ ପ୍ରାର୍ଥୀ ସେଣ୍ଟ୍ରାଲ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ centralbankofindia.co.inକୁ ଯାଇ ଆବେଦନ କରିପାରିବେ । ଉପରୋକ୍ତ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୩ ଅଗଷ୍ଟ ।

ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା

ଅଧ୍ୟାପକ: ପ୍ରାର୍ଥୀ ଜଣଙ୍କ ରୁରାଲ ଡେଭେଲପମେଣ୍ଟରେ MSW/MA/ସୋସିଓଲୋଜି କିମ୍ବା ସାଇକୋଲୋଜିରେ MA/BSC କିମ୍ବା କୃଷିରେ BA ସହ B.ed ଡିଗ୍ରୀ କରିଥିବା ଆବଶ୍ୟକ । ଏହା ସହ ପ୍ରାର୍ଥୀଙ୍କ କମ୍ପ୍ୟୁଟର ଜ୍ଞାନ ସହ ଶିକ୍ଷକତାରେ ଇଚ୍ଛା ରହିବା ଆବଶ୍ୟକ ।

ଗାର୍ଡ଼ କମ୍ ଗାର୍ଡ଼େନର: ଏଥିପାଇଁ ପ୍ରାର୍ଥୀ ଜଣଙ୍କ ମାନ୍ୟତା ପ୍ରାପ୍ତ ବୋର୍ଡ଼ କିମ୍ବା ସପ୍ତମ ଶ୍ରେଣୀ ଉତ୍ତୀର୍ଣ୍ଣ କରିବା ଆବଶ୍ୟକ ।
ପ୍ରାର୍ଥୀଙ୍କ ପାଇଁ ଆୟୁ ସୀମା
ଅଧ୍ୟାପକ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୬୫ ବର୍ଷ ହୋଇଥିବା ଆବଶ୍ୟକ । ଏହା ସହ ପ୍ରାର୍ଥୀ ଜଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବା ଉଚିତ । ଗାର୍ଡ଼ନର ପଦବୀ ପାଇଁ ପ୍ରାର୍ଥୀ ଜଣଙ୍କ ସର୍ବନିମ୍ନ ବୟସ ୨୨ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ରହିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା ଓ ଦରମା: ଅଧିକାରିକ ନୋଟିଫିକେସନ ଅନୁଯାୟୀ ସେଣ୍ଟ୍ରାଲ ବ୍ୟାଙ୍କରେ ଚୟନ ପ୍ରକ୍ରିୟା ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ । କେବଳ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ ହେବ । ସେଣ୍ଟ୍ରାଲ ବ୍ୟାଙ୍କରେ ଚୟନ ହେଲେ ପ୍ରାର୍ଥୀଙ୍କୁ ୬ ହଜାରରୁ ୨୦ ହଜର ପର୍ଯ୍ୟନ୍ତ ବେତନ ମିଳିବ । ଅଧିକ ସୂଚନା ପାଇଁ ଅଫିସିଆଲ ନୋଟିଫିକେସନକୁ ଯାଇ କ୍ଲିକ୍ କରିପାରିବେ ।

Get real time updates directly on you device, subscribe now.