fbpx

ବିଦେଶମନ୍ତ୍ରୀଙ୍କ କୁୱେତ ଯୁବରାଜଙ୍କ ସହ ଭେଟ, ଦ୍ୱିପାକ୍ଷିକ ସମ୍ବନ୍ଧକୁ ନେଇ ଜୟଶଙ୍କର କଲେ ଆଲୋଚନା

ଓଡିଶା ଭାସ୍କର: ଭାରତର ବିଦେଶମନ୍ତ୍ରୀ ଏସ୍‌.ଜୟଶଙ୍କର କୁୱେତ ଯୁବରାଜ ଶେଖ୍‌-ସବା-ଅଲ-ଖାଲିଦ-ଅଲ-ସବାଙ୍କୁ ଭେଟିଛନ୍ତି । ରବିବାର ଦିନ ସେ ତାଙ୍କୁ ଭେଟି ଭାରତ-କୁୱେତ ମଧ୍ୟରେ ସେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଉଭୟ ଦେଶର ସମ୍ପର୍କକୁ ନୂଆ ଦିଗ ଦେଇ ଶୀର୍ଷକୁ ନେବା ପାଇଁ ସେମାନେ ଆଲୋଚନା କରିଛନ୍ତି । ଦିନିକିଆ କୁୱେତ ଗସ୍ତରେ ଯାଇ ସେ ଯୁବରାଜଙ୍କୁ ଭେଟିଛନ୍ତି । କୁୱେତ ପହଞ୍ଚିବା ପରେ ତାଙ୍କୁ ସେଠାକାର ବିଦେଶମନ୍ତ୍ରୀ ଅବଦୁଲା ଅଲି ଅଲ-ୟାହ୍ନା ଭବ୍ୟ ସ୍ୱାଗତ କରିଥିଲେ ।

ଭାରତର ବିଦେଶମନ୍ତ୍ରୀ ଏସ୍‌.ଜୟଶଙ୍କର ସୋସିଆଲ ମିଡିଆ ଏକ୍ସ (ପୂର୍ବର ଟ୍ୱିଟର) ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, କୁୱେତର ଯୁବରାଜ ଶେଖ୍‌-ସବା-ଅଲ-ଖାଲିଦ-ଅଲ-ସବାଙ୍କୁ ଭେଟି ସେ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି । ଏହାବାଦ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ତରଫରୁ ସେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ମଧ୍ୟ ଜଣାଇଛନ୍ତି । କହିରଖୁ, ଭାରତ ଓ କୁୱେତ ମଧ୍ୟରେ ପୁରାତନ ଯୁଗରୁ ସଦଭାବନା ଓ ମିତ୍ରତାର ସମ୍ବନ୍ଧ ରହିଛି । ଉଭୟ ଭାରତ-କୁୱେତ ମଧ୍ୟରେ ସମ୍ପର୍କ ସୁଦୃଢ ହେବାରେ ଲାଗିଛି ଓ ଆଗାମୀ ଦିନରେ ଏହା ଶିଖର ଛୁଇଁବ ବୋଲି ଜୟଶଙ୍କର ପ୍ରକାଶ କରିଛନ୍ତି । ତତସହିତ ସେ କୁୱେତ ଯୁବରାଜଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ବିଦେଶୀମନ୍ତ୍ରୀଙ୍କ କୁୱେତ ଯାତ୍ରା ପୂର୍ବରୁ ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଥିଲା ଯେ, ଏସ.ଜୟଶଙ୍କରଙ୍କ ଏହି ଯାତ୍ରା ଉଭୟ ଦେଶର ରାଜନୈତିକ, ବାଣିଜ୍ୟ, ନିବେଶ, ଊର୍ଜା, ସୁରକ୍ଷା, ସାଂସ୍କୃତିକ, ବାଣିଜ୍ୟ ଦୂତାବାସ ସମେତ ଭାରତ-କୁୱେତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ନେଇ ବିଭିନ୍ନ ବାର୍ତ୍ତାଳାପ କରାଯିବ । ଉଭୟ ଦେଶ ଅନ୍ତର୍ଜାତୀୟ ବିଷୟବସ୍ତୁକୁ ନେଇ ମଧ୍ୟ ଅନେକ ବିଚାରର ଆଦାନ-ପ୍ରଦାନ କରିବେ । ଯାହା କି ବିଦେଶମନ୍ତ୍ରୀଙ୍କ ଗସ୍ତପରେ ସଫଳ ହୋଇଥିବାର ଅନୁମାନ କରାଯାଉଛି ।

Get real time updates directly on you device, subscribe now.