fbpx

IND vs AUS ମହାଯୁଦ୍ଧ ପୂର୍ବରୁ କ୍ରିକେଟରୁ ଦୂରେଇ ଗଲେ ଏହି ଖେଳାଳି: Test Series ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଯାଉଛି ମହାସମର । ବର୍ଡର ଗାଭାସ୍କର ଟ୍ରଫି ପାଇଁ ଟେଷ୍ଟ ସିରିଜରେ ମୁହାଁମୁହିଁ ହେବେ ଦୁଇ ସର୍ବଶ୍ରେଷ୍ଠ ଦଳ । ତେବେ ଏହି ମହାଯୁଦ୍ଧ ପୂର୍ବରୁ କ୍ରିକେଟରୁ ହଠାତ୍ ଦୂରତା ଆରମ୍ଭ କରିଛନ୍ତି ଦଳର ଷ୍ଟାର କ୍ରିକେଟର । ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ କ୍ରିକେଟରୁ କିଛି ଦୂରେଇ ରହିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ଏହି ସିରିଜକୁ ନେଇ ଚର୍ଚ୍ଚା ଆହୁରି ବଢିବାରେ ଲାଗିଛି । ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ ଅଚାନକ କ୍ରିକେଟରୁ କିଛି ଦିନ ପାଇଁ ବ୍ରେକ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଗତବର୍ଷ ଟିମ ଇଣ୍ଡିଆ ହାତରୁ ୨ଟି ବିଶ୍ୱକପ୍ ଛଡ଼ାଇ ନେଇ ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗି ଦେଇଥିଲେ ପ୍ୟାଟ୍ କମିନ୍ସ । ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ପରଠାରୁ ସେ ଲଗାତାର କ୍ରିକେଟ ଖେଳି ଆସୁଛନ୍ତି । ଦିନିକିଆ ବିଶ୍ୱକପ୍, ଆଇପିଏଲ ୨୦୨୪, ଟି-୨୦ ବିଶ୍ୱକପ ସମେତ ଅନ୍ୟ ଦ୍ୱିପାକ୍ଷିକ ସିରିଜ ମଧ୍ୟ ଖେଳିଛନ୍ତି । ତେଣୁ ବର୍ତ୍ତମାନ ମହାଯୁଦ୍ଧ ପୂର୍ବରୁ ସେ ସାମାନ୍ୟ ବ୍ରେକ ମାଗିଛନ୍ତି । କ୍ଳାନ୍ତ ଏବଂ ୱର୍କଲୋଡ୍ ଯୋଗୁଁ ପ୍ୟାଟ୍ କମିନ୍ସ ପ୍ରାୟ ୮ ସପ୍ତାହର ବ୍ରେକ ନେଇଛନ୍ତି ପ୍ୟାଟ୍ କମିନ୍ସ । ତେବେ ବର୍ଡର ଗାଭାସ୍କର ଟ୍ରଫି ସୁଦ୍ଧା ସତେଜ ହୋଇ ଫେରିବା ପାଇଁ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଭାରତ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଜିତିବା ପାଇଁ ଖୁବ ଉତ୍ସାହିତ ରହିଛନ୍ତି ପ୍ୟାଟ୍ କମିନ୍ସ ।

ଭାରତ ବିପକ୍ଷରେ ୨୦୧୪-୧୫ ସିଜନ୍ ପରେ କୌଣସି ଘରୋଇ ଟେଷ୍ଟ ସିରିଜ୍ ଉପରେ ବିଜୟ ହାସଲ କରି ପାରିନାହିଁ । ତେଣୁ ଚଳିତବର୍ଷ ଭାରତକୁ ହରାଇ ଟେଷ୍ଟ ସିରିଜ୍ ଉପରେ କବଜା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ । ନଭେମ୍ବର ୨୨ ତାରିଖରୁ ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜ୍ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ରହିବ ।

Get real time updates directly on you device, subscribe now.