fbpx

(video): ବାଜି ମାରିନେଲା ବ୍ରହ୍ମାସ୍ତ୍ର, ଜିତିଲା ୩ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ନିର୍ମାତା ଝୁମିଲେ, କହିଲେ- ଏହା ଐତିହାସିକ ବିଜୟ

ଓଡିଶା ଭାସ୍କର: ଘୋଷଣା ହୋଇସାରିଛି ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏଥିରେ ‘ବ୍ରହ୍ମାସ୍ତ୍ର: ପାର୍ଟ ୱାନ- ଶିବା’ ସିନେମାକୁ ମିଳିଛି ୩ ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଫଳରେ ସିନେମାର ନିର୍ମାତା ନାମିତ ମାଲହୋତ୍ରା ନିଜର ଖୁସି ଜାହିର କରିଛନ୍ତି । ରଣବୀର କପୂର ଓ ଆଲିଆ ଭଟ୍ଟ ଷ୍ଟାରର ଏହି ସିନେମା ‘ବେଷ୍ଟ ଫିଲ୍ମ ଇନ ଏବିଜିସି’( ଏନିମେଶନ, ଭିଜୁଆଲ ଇଫେକ୍ଟ, ଗେମିଂ ଓ କମିକ) ର ପୁରସ୍କାର ହାତେଇଛି । ତାହାସହ ସଙ୍ଗୀତକାର ପ୍ରିତମଙ୍କୁ ‘ବେଷ୍ଟ ମ୍ୟୁଜିକ ଡାଇରେକ୍ସନ’ ପୁରସ୍କାର ମଧ୍ୟ ମିଳିଛି । ଏତତବାଦ ଅରଜିତ ସିଂ ‘କେସରିଆ’ ଗୀତ ପାଇଁ ‘ବେଷ୍ଟ ପ୍ଲେ ବ୍ୟାକ ସିଙ୍ଗର’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଏହି ବଡ ବିଜୟ ପରେ ପ୍ରାଇମ ଫୋକସ ଲିମିଟେଡର ସଂସ୍ଥାପକ ନାମିତ କହିଛନ୍ତି ଯେ, ଏହା ଐତିହାସିକ ଓ ବେଶ୍ ଖୁସି ଦେଇଛି ତାଙ୍କୁ । ଏହି ଭିଏଫଏକ୍ସ (VFX) ସିନେମା ବୈଶ୍ୱିକସ୍ତରରେ ମଧ୍ୟ ଭାରତର ନାମକୁ ଗୌରବାନ୍ୱିତ କରିଛି । ଅୟାନ ମୁଖର୍ଜୀଙ୍କ ଭିଜନକୁ ଜୀବନ୍ତ କରିଥିବା ତାଙ୍କ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ସେ ସାଧୁବାଦ ଜଣାଇବା ସହ ତାଙ୍କ ଅଦ୍ଭୂତକାମର ପ୍ରଶଂସା କରିଛନ୍ତି ନାମିତ । ସେମାନଙ୍କ କଠିନ ପରିଶ୍ରମ ହିଁ ସିନେମାକୁ ସାଫଲ୍ୟମଣ୍ଡିତ କରିଥିବା ନିର୍ମାତା ନାମିତ ପ୍ରକାଶ କରିଛନ୍ତି ।

କହିରଖୁ, ଏହି ସିନେମାରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ, ମୌନୀ ରାୟ ତଥା ନାଗାର୍ଜୁନଙ୍କ ଭଳି କଳାକାରଙ୍କ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ଜୀବନ୍ତ ଅଭିନୟ ସିନେମାକୁ ୩ ଟି ଜାତୀୟ ପୁରସ୍କାର ପ୍ରଦାନ କରିଛି । ‘ବ୍ରହ୍ମାସ୍ତ୍ର: ପାର୍ଟ ୱାନ- ଶିବା’ ର କାହାଣୀ ଭାରତୀୟ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ।

Get real time updates directly on you device, subscribe now.