fbpx

ବୀରମିତ୍ରପୁର ଥାନା ଆଇଆଇସି ନିଲମ୍ବିତ

ସୁନ୍ଦରଗଡ଼, ୨୬ା୬(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ବେଆଇନ ଭାବେ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ଅଭୟ । କାର୍ଯ୍ୟରେ ଅବହେଳା ଓ ବେଆଇନ କାର୍ଯ୍ୟ କରୁଥିବା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଛି । ପଶ୍ଚିମାଞ୍ଚଳ ଡ଼ିଆଇଜି କବିତା କଲାନ ଏନେଇ ସୂଚନା ଦେଇଛନ୍ତି । ନୂତନ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସ୍ମିତାରାଣୀ ସୁନା ।

Get real time updates directly on you device, subscribe now.