fbpx

(video): କବାଟ ଖୋଲନ୍ତୁ- ବେଙ୍ଗାଲୁରୁ ଦମ୍ପତି ଉପରେ ଦୁବୃର୍ତ୍ତର ଆକ୍ରମଣ, କାରରେ ଗୋଇଠା ମାରିଲେ, ୱିଣ୍ଡସିଲ୍ଡ ଭାଙ୍ଗିଲେ, ଦେଖନ୍ତୁ ଏ ଭିଡିଓ

ଓଡିଶା ଭାସ୍କର: ବେଙ୍ଗାଲୁରୁ ସରଜାପୁର ରୋଡରେ ଜଣେ ଦମ୍ପତିଙ୍କ ଉପରେ ମୋଟରସାଇକେଲରେ ଯାଉଥିବା ଦୁବୃର୍ତ୍ତ ଆକ୍ରମଣ କରିଛି । ଏହି ଅମାନବୀୟ ଘଟଣାର ଭିଡିଓ ଏବେ ଅନଲାଇନରେ ଦ୍ରୁତଗତିରେ ଭାଇରାଲ ହେଉଛି । ଏହାର ଜବାବରେ ବେଙ୍ଗାଲୁରୁ ପୁଲିସ ଆପାତକାଳୀନସ୍ଥିତିରେ ୧୧୨ ଜରୁରୀକାଳୀନ ନମ୍ବରକୁ କଲ କରିବା ପାଇଁ ଅନୁରୋଧ କରିବା ସହ ସତର୍କ କରାଇଛି । ବେଙ୍ଗାଲୁରୁ ପୁଲିସ ଏହି କାରନାମା କରିଥିବା ଆକ୍ରମଣକାରୀଙ୍କୁ ଗିରଫ କରିଥିବାର ସୂଚନା ମଧ୍ୟ ଦେଇଛି ।

ସୋସିଆଲ ମିଡିଆ ଏକ୍ସ (ପୂର୍ବର ଟ୍ୱିଟର) ରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ବାଇକଚାଳକ ସରଜାପୁର ରୋଡରେ ୧୫୨୨ ପବ ପାଖରେ ଜଣେ କାର ଚାଳକଙ୍କୁ ଅଟକାଉଥିବାର ଦେଖିବାକୁ ମିଳୁଛି । ଦୁବୃର୍ତ୍ତ ଜଣକ କାରଚାଳକଙ୍କୁ ବାହାରକୁ ବାହରିବାକୁ କହୁଛି । ମାତ୍ର ଚାଳକ ଜଣକ କବାଟ ଖୋଲିବାକୁ ମନା କରୁଛନ୍ତି । ଫଳରେ ଆକ୍ରମଣକାରୀ ଜଣକ କାରର କବାଟକୁ ଭାଙ୍ଗିବା ସହ କାରର କ୍ଷତି କରୁଛନ୍ତି । ଚାଳକ ଜଣକ ଦୁବୃର୍ତ୍ତକୁ ଭଲ ଭାବରେ ବୁଝାଇବା ପରେ ମଧ୍ୟ ସେ ନିଜ କାର୍ଯ୍ୟ କରି ଚାଲିଛି । କାରଚାଳକ ନିଜ ପରିବାର ସହ ଅଛନ୍ତି ଓ ତାଙ୍କ ସହ ଜଣେ ଶିଶୁ ମଧ୍ୟ ଥିବାରୁ ସେ ଭାବିଚିନ୍ତି ନିଜ ବୁଦ୍ଧିମତାର ପରିଚୟ ଦେଉଛନ୍ତି । ମାତ୍ର ଦୁବୃର୍ତ୍ତ ଜଣକ ନିଜ କାର୍ଯ୍ୟରୁ ଓହରୁ ନାହିଁ, ବରଂ କାରର ଫ୍ରଣ୍ଟ ଗ୍ଲାସ ଭାଙ୍ଗି ଚାଲିଛି ଭିଡିଓରେ । ଫଳରେ କାର ମଧ୍ୟରେ ବସିଥିବା ମହିଳା ଜଣକ ଚିତ୍କାର କରୁଛନ୍ତି । ଶେଷରେ ସୁରକ୍ଷାକର୍ମୀ ଓ ଆଖପାଖର ଲୋକେ ଏହି ଦୁବୃର୍ତ୍ତକୁ କବ୍ଚା କରି ଏକ ବଡ ଆକ୍ରମଣକୁ ରୋକି ପାରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦମ୍ପତି ଜଣକ ରାତି ପ୍ରାୟ ୧୦ ଟା ୩୦ ମିନିଟ ସମୟରେ ଏହି ଘଟଣାର ଶିକାର ହୋଇଛନ୍ତି । ସେପଟେ ଏହି ଭିଡିଓଟି ସ୍ଥାନୀୟ ଲୋକଙ୍କୁ ଘୋର ଚିନ୍ତାରେ ପକାଇଛି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଦେଖି ଲେଖିଛନ୍ତି ଯେ, ସେ ମଧ୍ୟ ସମାନ ଘଟଣାର ଶିକାର ହୋଇ ସାରିଛନ୍ତି । ଆଉ ଜଣେ ୟୁଜର୍ସ ଲେଖଇଛନ୍ତି ଯେ, କାହା ସହ ଏମିତି ଘଟଣା ଘଟି ଆଗକୁ ଅକଳ୍ପନୀୟ ଘଟଣା ନ ଘଟୁ । ତାହାସହ ସେ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.