fbpx

ପଦ ହରାଇବେ ନିମାପଡ଼ା NAC ଅଧ୍ୟକ୍ଷା! ବିରୋଧରେ ପଡ଼ିଲା ୭ଟି ଭୋଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ରୁ ଆସିଛି ଏକ ବଡ଼ ଖବର । ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ୭ଟି ଭୋଟ୍ ପଡ଼ିଛି । ଅଧ୍ୟକ୍ଷାଙ୍କ ବିରୋଧରେ ୮ ଜଣ ସଦସ୍ୟ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ତେବେ ଭୋଟିଂ ସମୟରେ ଗୋଟିଏ ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ୩ ଜଣ କାଉନସିଲର ଭୋଟ୍ ଦେଇନଥିଲେ । ସେମାନଙ୍କ ମଧ୍ୟରେ ଜଣେ ବିଜେଡିର, ଜଣେ ବିଜେପିର ଓ ଜଣେ ସ୍ୱାଧୀନ ସଦସ୍ୟ ଥିଲେ । ତେବେ ଏଭଳି ସ୍ଥିତିରେ ଏନଏସି ଅଧ୍ୟକ୍ଷା ନିଜର ପଦ ହରାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.