fbpx

କାଲି ଓଡ଼ିଶା ଆସିବେ ଭାରତୀୟ ହକି ଟିମ୍; ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍‌ ଯାଏଁ ହେବ ଶୋଭାଯାତ୍ରା

ଭୁବନେସ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା କାଲି ଓଡ଼ିଶା ଆସିବେ ଭାରତୀୟ ହକି ଟିମ୍ । ନିକଟରେ ପ୍ୟାରିସ୍ ଅଲିମ୍ପିକ୍-2024ରେ ଜିତି ଥିଲେ ବ୍ରୋଞ୍ଜ ପଦକ । ବ୍ରୋଞ୍ଜ ପଦକ ଜିତି ସାରା ବିଶ୍ୱରେ ଦେଶର ମାନ ବଢ଼ାଇଛନ୍ତି । ଏହା ସହିତ ଆମ ରାଜ୍ୟ ଓଡ଼ିଶା ଏହାର ସ୍ପନସର୍ ସିପ୍ ନେଇଥିବାରୁ ଆମ ରାଜ୍ୟର ମଧ୍ୟ ନାଁ ଗର୍ବିତ । ସେପଟେ ଭାରତୀୟ ହକି ଦଳ ଆସିବା ନେଇ ଉଚ୍ଚ ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।

ସାଢ଼େ ୧୨ଟାରେ ବିମାନ ବନ୍ଦରରେ ପହଞ୍ଚିବେ ଭାରତୀୟ ହକି ଟିମ୍ । ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍‌ ଯାଏଁ ଶୋଭାଯାତ୍ରାର ଆୟୋଜନ କରାଯିବ । କଳିଙ୍ଗ ଷ୍ଟାଡ଼ିୟମ୍‌ରେ ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଓ ଘୋଷିତ ପୁରସ୍କାର ରାଶି ଦିଆଯିବ ।

Get real time updates directly on you device, subscribe now.