fbpx

ମହିଳା ଡାକ୍ତରଙ୍କୁ ମିଳିବ ଉଚିତ ସୁରକ୍ଷା: ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ‘Action Plan’ ଆରମ୍ଭ କରୁଛି ନେସନାଲ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: କୋଲକାତା ଆର.ଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା ପରେ ସାରା ଦେଶରେ ବିକ୍ଷୋଭ ଜାରି ରହିଛି । ଏହାପରେ ଦେଶର ସମସ୍ତ ମହିଳା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ପାଇଁ ନେସନାଲ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଏଥିରେ ସୁପ୍ରିମକୋର୍ଟ ମେଡିକାଲ କମ୍ୟୁନିଟି ସହ ଜଡ଼ିତ ଲୋକମାନଙ୍କୁ ସାମିଲ କରିଛନ୍ତି । ଏହାସହିତ ଉଚିତ ସମୟରେ ଆକ୍ସନ ପ୍ଲାନ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରମୁଖ ସଦସ୍ୟମାନଙ୍କୁ ମଧ୍ୟ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ଏହି ଟାସ୍କ ର୍ଫୋସର କାମ କ’ଣ ରହିବ? ସେ ନେଇ ଉଠିଛି ପ୍ରଶ୍ନ । ଏହି ଟାସ୍କ ଫୋର୍ସ ପରେ ସୁରକ୍ଷିତ ରହିବେ କି ଡାକ୍ତର?

ଡାକ୍ତରଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ୧୪ ଜଣ ସଦସ୍ୟଙ୍କୁ ନେଇ ଏକ ନେସନାଲ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ତରଫରୁ ହେଲ୍ଥ ସେକ୍ରେଟାରୀ, କ୍ୟାବିନେଟ ସେକ୍ରେଟାରୀ, ନେସନାଲ ମେଡିକାଲ କାଉନ୍ସିଲ ଚେୟାରମ୍ୟାନ୍, ପ୍ରେସିଡେଣ୍ଟ ନେସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇତ୍ୟାଦି ସଦସ୍ୟା ଭାବରେ ସାମିଲ ହୋଇଛନ୍ତି । ତେବେ ଏ ନେଇ ସାର୍ ଗଙ୍ଗାରାମ ହସ୍ପିଟାଲର ସର୍ଜକାଲ ଆଣ୍ଡ ଲିଭର ଟ୍ରାନ୍ସପ୍ଲାଣ୍ଟ ଚେୟାରମ୍ୟାନ୍ ଡା. ସୌମିତ୍ର ରାୱତ କହିଛନ୍ତି ଯେ, ଏହି ଟାସ୍କ ପୋର୍ସରେ ଆମକୁ ୨ଟି ଜିନିଷ ସୁନିଶ୍ଚିତ କରିବାକୁ ପଡ଼ିବ । ପ୍ରଥମେ ମେଡିକାଲରେ ଡାକ୍ତର ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା: ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ହେଉଥିବା ହିଂସାରୁ ସେମାନଙ୍କୁ ରକ୍ଷା କରିବା । ଏହାପରେ ଦ୍ୱିତୀୟ କାର୍ଯ୍ୟ ହେଉଛି ଟ୍ରେନିଙ୍ଗ ଡାକ୍ତର, ରେସିଡେଣ୍ଟ, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନଙ୍କ କାମ କରିବା ସମୟରେ ଉପଯୁକ୍ତ ଏବଂ ସୁରକ୍ଷିତ ସ୍ଥିତି ସୃଷ୍ଟି କରିବା ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠନ ହୋଇଥିବା ଏହି ଟାସ୍କ ଫୋର୍ସ ପ୍ରତି ୩ ସପ୍ତାହରେ ଥରେ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବ । ସେହିପରି ପ୍ରତ୍ୟେକ ୨ ମାସରେ ଫାଇନାଲ ରିପୋର୍ଟ ମଧ୍ୟ ପ୍ରଦାନ କରିବ ଏହି ଟାସ୍କ ଫୋର୍ସ । ଏହାବ୍ୟତୀତ ଆକ୍ସନ ପ୍ଲାନ କାର୍ଯ୍ୟକାରୀ ହେବା ସହିତ ପ୍ରତ୍ୟେକ ୩ ମାସରେ ମେଡିକାଲ ସଂସ୍ଥାକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅଡିଟ୍ କରାଯିବ । ଏହାଦ୍ୱାରା ପ୍ରଚଳିତ ସୁରକ୍ଷା ବ୍ୟବସ୍ଥା ବିଷୟରେ ସବଶେଷ ତଥ୍ୟ ଜାଣିହେବ । ଖିଲାପ ହେଉଥିବା ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ଅକ୍ସନ ପ୍ଲାନ ଉପରେ କାମ କରିବ ଟାସ୍କ ଫୋର୍ସ:

  • ଲିଙ୍ଗ ଆଧାରିତ ହିଂସାକୁ ରୋକିବା
  • ମେଡିକାଲ ଇଣ୍ଟର୍ଣ୍ଣ, ରେସିଡେଣ୍ଟ/ନନ୍ ରେସିଡେଣ୍ଟ ଡାକ୍ତର, ପାରାମେଡିକାଲ ଷ୍ଟାଫମାନଙ୍କ ପାଇଁ ଉପଯୁକ୍ତ ୱର୍କିଙ୍ଗ କଣ୍ଡିସନ୍ହ
  • ସ୍ପିଟାଲର ଇମରଜେନ୍ସି ଏରିଆରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା
  • ଆଟେଣ୍ଡାଣ୍ଟସ ମାନଙ୍କ ପାଇଁ ଯାତାୟତ ସେମାନଙ୍କ ରୋଗୀଙ୍କ ପର୍ଯ୍ୟନ୍ତ ରହୁ
  • ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କ ବ୍ୟବସ୍ଥା
  • ଡାକ୍ତର ତଥା ନର୍ସଙ୍କ ପାଇଁ ଲିଙ୍ଗ ନ୍ୟୁଟ୍ରିଆଲ ସ୍ପେସ୍ ବା ଷ୍ଟେରୁମ୍ ବ୍ୟବସ୍ଥା ଏବଂ ଏହା କଡ଼ା ସୁରକ୍ଷା ମଧ୍ୟରେ ରହିବା ଉଚିତ୍ହ
  • ସ୍ପିଟାଲର ସମସ୍ତ ସ୍ଥାନରେ ଯଥେଷ୍ଟ ଆଲୋକ ରହିବା ଉଚିତ୍
  • ରାତି ୧୦.୦୦ରୁ ସକାଳ ୬.୦୦ ପର୍ଯ୍ୟନ୍ତ ମେଡିକାଲ ଷ୍ଟାଫ୍ ପାଇଁ ସୁରକ୍ଷିତ ଟ୍ରାନ୍ସପୋର୍ଟର ସୁବିଧା ମଧ୍ୟ ହେବା ଆବଶ୍ୟକ
  • ଡାକ୍ତରମାନଙ୍କ ପାଇଁ ଅନ୍ କଲ୍ ରୁମ୍ ଏବଂ ଟଏଲେଟ୍ ରହିବା ଆବଶ୍ୟକ

Get real time updates directly on you device, subscribe now.