fbpx

ଗତ ୧୦ ଦିନ ମଧ୍ୟରେ ସାରା ଦେଶରେ ୯୦୦ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି; ଅଭିଷେକ ବାନାର୍ଜୀ

କୋଲକାତା: ଟିଏମସି ସାଂସଦ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ-ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି। ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ସେ ଏହି ମାମଲାରେ ମୁହଁ ଖୋଲିନାହାନ୍ତି। ଗୁରୁବାର ଅଭିଷେକ ବାନାର୍ଜୀ ଏଭଳି ମାମଲାର ୫୦ ଦିନ ମଧ୍ୟରେ ସମାଧାନ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।

ଅଭିଷେକ ଏକ୍ସରେ ଲେଖିଛନ୍ତି, “ଗତ ୧୦ ଦିନ ହେବ ସାରା ଦେଶରେ ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ମାମଲାରେ ପ୍ରତିବାଦ ଓ ନ୍ୟାୟ ଦାବି ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ୯୦୦ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଅଧିକାଂଶ ସମୟରେ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଅଭିଷେକଙ୍କ କହିବା ଅନୁଯାୟୀ, ଦୁଃଖର ବିଷୟ ଯେ, ଏହାର ସମାଧାନ ବିଷୟରେ ଏପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ହୋଇନାହିଁ।

ପ୍ରତିଦିନ ୯୦ଟି ଦୁଷ୍କର୍ମ ହେଉଥିବା ବେଳେ ପ୍ରତି ଘଣ୍ଟାରେ ୪ଟି ଓ ପ୍ରତି ୧୫ ମିନିଟରେ ଗୋଟିଏ ଦୁଷ୍କର୍ମ ହେଉଛି। ଅର୍ଥାତ୍ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ସ୍ପଷ୍ଟ ହୋଇଛି। ଆମକୁ ଏକ କଠୋର ଆଇନ ର ଆବଶ୍ୟକତା ଅଛି ଯାହାଦ୍ୱାରା ୫୦ ଦିନ ମଧ୍ୟରେ ବିଚାର ଏବଂ ଦୋଷୀ ସାବ୍ୟସ୍ତ ହୋଇପାରିବ । ଏଥିସହିତ କେବଳ ମିଥ୍ୟା ପ୍ରତିଶ୍ରୁତି ନୁହେଁ, କଠୋର ଦଣ୍ଡ ଦିଆଯିବା ଦରକାର।

ଟିଏମସି ସାଂସଦ ଲେଖିଛନ୍ତି, “ରାଜ୍ୟ ସରକାରମାନେ ତୁରନ୍ତ ପଦକ୍ଷେପ ନେବା ଉଚିତ ଏବଂ କେନ୍ଦ୍ର ସରକାରଙ୍କୁ ଏକ ବ୍ୟାପକ ଦୁଷ୍କର୍ମ ନିରୋଧୀ ଆଇନ ପ୍ରଣୟନ କରିବାକୁ କୁହନ୍ତୁ ଯାହାଦ୍ୱାରା ନ୍ୟାୟ ମିଳିପାରିବ।

Get real time updates directly on you device, subscribe now.