fbpx

ଜିଓ ଜାରି କଲା ଚେତାବନୀ, ପଢ଼ନ୍ତୁ ସାଇବର ଠକଙ୍କଠାରୁ ବଞ୍ଚିବାର କିଛି ଖାସ୍ ଟିପ୍ସ

ମୁମ୍ବାଇ: ସାଇବର ଠକେଇ କ୍ଷେତ୍ରରେ ବୃଦ୍ଧିକୁ ଦେଖି ରିଲାଏନ୍ସ ଜିଓ ନିଜ ଉପଭୋକ୍ତାମାନଙ୍କ ପାଇଁ ଚେତାବନୀ ଜାରି କରିଛି । ଠକଙ୍କଠାରୁ ନିଜକୁ କିପରି ରକ୍ଷାକରାଯାଇପାରିବ, ସେନେଇ କିଛି ଟିପ୍ସ ସେୟାର କରିଛି ଜିଓ ।

ଜିଓ ଠକେଇ ବିଷୟରେ ଏହିପରି ଚେତାବନୀ ଦେଇଛି … ଠକର ଏସଏମଏସ, ହ୍ୱାଟ୍ସଆପ୍ , କଲ୍, ଇମିଲ୍ ଇତ୍ୟାଦି ମାଧ୍ୟମରେ ଗ୍ରାହକମାନଙ୍କ ସହ ଯୋଗାଯୋଗ କରନ୍ତି । ଏହି ଲୋକମାନେ ଅଲଗା ଅଲଗା ଉପାୟରେ ପାନ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ୍-ଡେବିଟ୍ କାର୍ଡ ସୂଚନା ପାଇବାକୁ ପ୍ରୟାସଦ କରନ୍ତି । ସେମାନଙ୍କର ଉଦ୍ଦେଶ୍ୟ ହେଉଛି କୌଣସି ପ୍ରକାରେ ଲୋକଙ୍କଠାରୁ ଓଟିପି ହାସଲ କରିବା । ଏହିପରି ପ୍ରତାରଣାକୁ ଏଡ଼ାଇବା ପାଇଁ ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କୁ ଟିପ୍ସ ଦେଇଛି । ଏହି ପ୍ରକାର ଠକେଇକୁ ଏଡାଇବା ପାଇଁ ଆପଣ ନିମ୍ନରେ ପରାମର୍ଶ ଅନୁସରଣ କରିପାରିବେ ।

ଅଜ୍ଞାତ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । ସାଇବର ସୁରକ୍ଷା ପାଇଁ ଅଜ୍ଞାତ ବାର୍ତ୍ତାଗୁଡିକ, କଲ୍ ଏବଂ ଇମେଲଗୁଡିକ ର ଉତ୍ତର ଦିଅନ୍ତୁ ନାହିଁ । ତୃତୀୟ-ପକ୍ଷ ଆପ୍ସକୁ କେବେବି ଅନୁମତି ଦିଅନ୍ତୁ ନାହିଁ । ଆପଣଙ୍କ ଫୋନରେ ଏପରି ଆପ୍ ଇନଷ୍ଟଲ୍ ନକରିବା ହେଉଛି ବୁଦ୍ଧିମତା । କେବେବି ନିଜ ଫୋନକୁ ଅନ୍ୟ କାହା ନିୟନ୍ତ୍ରଣରେ ଦିଅନ୍ତୁ ନାହିଁ । ଯେକୌଣସି ପରିସ୍ଥିତିରେ ସିମ୍ କାର୍ଡ ପଛରେ ଥିବା ୨୦ ଅଙ୍କ ବିଶିଷ୍ଟ ସଂଖ୍ୟା ସେୟାର କରନ୍ତୁ ନାହିଁ । ଆପଣଙ୍କର ଆପ୍ଲିକେସନ୍ ଏବଂ ଅନଲାଇନ୍ ଆକାଉଣ୍ଟ୍ ପାଇଁ ଏକ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରନ୍ତୁ । ସମୟ ସମୟରେ ନିଜର ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟକୁ ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.