fbpx

(Video) ବିଦେଶରେ ଗୁଞ୍ଜରିତ ହେଲା ଭାରତର ଜାତୀୟ ଗୀତ: ପିଏମ୍ ମୋଦୀଙ୍କ ସାମ୍ନାରେ ‘ବନ୍ଦେ ମାତରମ୍’ ଗାଇଲେ ୟୁକ୍ରେନ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ବିଦେଶ ଗସ୍ତ ସମୟରେ କିଛି ନୂଆ କରି ସର୍ଭିଙ୍କୁ ଚକିତ କରିଦେଇଥାନ୍ତି । ତେବେ ଏହା ମଧ୍ୟରେ ୟୁକ୍ରେନ ଗସ୍ତ ମଧ୍ୟରେ ମଧ୍ୟ ଅନୁରୂପ କିଛି ଦେଖିବାକୁ ମିଳିଛି । ବିଦେଶରେ ଗୁଞ୍ଜରିତ ହୋଇଛି ଭାରତର ଜାତୀୟ ଗୀତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ୟୁକ୍ରେନ ଛାତ୍ରଛାତ୍ରୀ ‘ବନ୍ଦେ ମାତରମ୍’ ଜାତୀୟ ଗୀତ ଗାଇଛନ୍ତି । ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଗତ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନର ରାଜଧାନୀ କୀଭ ଗସ୍ତ କରିଥିଲେ । ଏହି ଅବସରରେ ସେ ହିନ୍ଦି ଭାଷାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରିଥିଲେ । ଉକ୍ତ ସାକ୍ଷାତ ସମୟରେ ମୋଦୀ ୟୁକ୍ରେନର ସ୍କୁଲ ଅଫ୍ ଓରିଏଣ୍ଟଲ ଷ୍ଟଡିଜର ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବେଶ୍ ଖୁସି ଜାହିର କରିଥିଲେ । ଏହି ଅବସରର ଛାତ୍ରଛାତ୍ରୀମାନେ ଭାରତର ଜାତୀୟ ଗୀତ ‘ବନ୍ଦେ ମାତରମ୍’କୁ ଗାଇଥିଲେ, ଯାହାକି ଏକ ଗୌରବାନ୍ୱିତ ମାହୋଲ ସୃଷ୍ଟି କରିଥିଲା ।

ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ କୀଭରେ ହିନ୍ଦୁ ଭାଷା ଶିଖୁଥିବା ୟୁକ୍ରେନର ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ଓ ସେମାନଙ୍କର ବୁଦ୍ଧିମତା, ଦୁଇଦେଶ ମଧ୍ୟରେ ବୁଝାମଣାରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ । ଭାରତୀୟ ସଂସ୍କୃତି ଓ ଇତିହାସ ୟୁକ୍ରେନ ଲୋକଙ୍କୁ ନିଜର କରୁଛି ବୋଲି ମୋଦୀ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍’ ଗାଇବା ପରେ ତାହା ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।

Get real time updates directly on you device, subscribe now.